Saturday, July 27, 2024
24.5 C
Odisha

    ଚର୍ଚ୍ଚାରେ ବିଜୟଙ୍କ ରାଜନୈତିକ ଭବିଷ୍ୟତ: କଂଗ୍ରେସରେ ଯୋଗଦେବେ କି ବିଜୟ ମହାପାତ୍ର?

    ଆଗକୁ ପଢନ୍ତୁ

    ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ୱିକିପିଡିଆରେ ଥିବା ବ୍ୟକ୍ତିଗତ ବିବରଣୀରେ ତାଙ୍କର ବର୍ତମାନ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି । କିନ୍ତୁ ସାଂଗଠନିକ ବୈଠକ ହେଉ ଅବା ରାଜନୈତିକ ସଭା କେଉଁଥିରେ ବି ବିଜୟଙ୍କୁ ଦେଖିବାକୁ ମିଳେ ନାହିଁ । ତେଣୁ ନିଜ ନାଁ ସହ କୌଣସି ଦଳକୁ ନଯୋଡି ବରିଷ୍ଠ ନେତା କହିବାକୁ ଅଧିକ ପସନ୍ଦ କରୁଛନ୍ତି ବିଜୟ ମହାପାତ୍ର । ଆଉ ଏହାରି ଭିତରେ ବିଜୟ କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ଯୋର ଧରିଛି । ପାଟକୁରାରୁ ରାଜଧାନୀ ପର୍ଯ୍ୟନ୍ତ ଆଲୋଚନା ପରେ କଂଗ୍ରେସରେ ଯୋଗଦେବା ନେଇ କୌଣସି ସିଧାସଳଖ ପ୍ରତିକ୍ରିୟା ଦେଇ ନାହାନ୍ତି ବିଜୟ । ସେପଟେ କଂଗ୍ରେସର ପ୍ରତିକ୍ରିୟା ଚର୍ଚ୍ଚାକୁ ଆହୁରି ଆଗକୁ ବଢାଇଛି । ବିଜୟ ମହାପାତ୍ର ଜଣେ ପୁରୁଖା ନେତା । କଂଗ୍ରେସରେ ଯୋଗଦାନ କରିବେ କି ନାହିଁ ତାହା ସମୟ କହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ