Saturday, September 19, 2026
28.3 C
Odisha

    ଇଲେକ୍ଟୋରାଲ ବଣ୍ଡ୍‌ ଉପରେ ତୃଣମୂଳର ଦାବି: ‘ଅଫିସ୍‌ ବାହାରେ ଡ୍ରପ୍‌ବକ୍ସ ଅଛି; କିଏ ଦେଲା ଜଣା ନାହିଁ’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ସ୍କିମ୍‌ରେ ଦଳକୁ କିଏ ଟଙ୍କା ଦାନ କରିଛି ତାହା ଦଳ ଜାଣିନାହିଁ କି କେତେ ଟଙ୍କା ରହିଛି ସେ ସମ୍ପର୍କରେ ଦଳ ପାଖରେ ସୂଚନା ନାହିଁ ବୋଲି ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷ କହିଛନ୍ତି। ସେ କହଛନ୍ତି ଯେ ଦଳୀୟ କାର୍ଯ୍ୟାଳୟ ବାହାରେ ଏକ ‘ଡ୍ରପ୍‌ବକ୍ସ’ ରଖାଯାଇଛି। ପଶ୍ଚିମବଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।
    ମୁଁ ଏକ ସ୍ପଷ୍ଟ ବୟାନ ଦେଉଛି। ଇଲେକ୍ଟୋରାଲ ବଣ୍ଡ୍‌ ବିଜେପି ଆରମ୍ଭ କରିଥିଲା, ଏହାକୁ ଆଣିବା ପାଇଁ ସେମାନେ ଆଇନ ତିଆରି କରିଥିଲେ। (ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ) ମମତା ବାନାର୍ଜୀ ୯୦ ଦଶକରୁ ଜୋର ଦେଇ ଆସୁଛନ୍ତି ଯେ ରାଜ୍ୟ ପାଣ୍ଠିରେ ନିର୍ବାଚନ ହେବା ଉଚିତ’। ସେ ଆହୁରି ମଧ୍ୟ କହିଛନ୍ତି ଯେ, କଳାଧନ, ବିପୁଳ ପରିମାଣର ଅର୍ଥ ପ୍ରବାହକୁ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜୋର ଦେଉଛନ୍ତି।
    ଅନେକ ବର୍ଷ ଧରି ଏହା ତାଙ୍କର ଦାବି ଓ ସିଦ୍ଧାନ୍ତ ଥିଲା, କିନ୍ତୁ ବିଜେପି ତାହା ଶୁଣି ନଥିଲା। ବିଜେପି ଇଲେକ୍ଟୋରାଲ ବଣ୍ଡ ଆକାରରେ ନୂଆ ନିୟମ ଆଣିଥିଲା ଏବଂ ଆମେ ସମସ୍ତେ ଏହାକୁ ଅନୁସରଣ କରିଥିଲୁ। ଦଳକୁ କେତେ ଟଙ୍କା ଦିଆଯାଇଥିଲା ତାହା ତୃଣମୂଳ କଂଗ୍ରେସ ଜାଣି ନଥିଲା। ତୃଣମୂଳ କଂଗ୍ରେସ ବିଲ୍‌ଡିଂ ସମ୍ମୁଖରେ ଏକ ଡ୍ରପ୍‌ବକ୍ସ ରଖା ଯାଇଥିଲା।

    ତୃଣମୂଳ କଂଗ୍ରେସ ନେତା ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଆଇନ ଅନୁଯାୟୀ, ଇଲେକ୍ଟୋରାଲ ବଣ୍ଡରେ କେବଳ ଆଲଫାନ୍ୟୁମେରିକ୍‌ କୋଡ୍‌ ରହିବ ଏବଂ କୌଣସି ନାମ ରହିବ ନାହିଁ। ସେ କେଉଁ କମ୍ପାନି କିମ୍ବା ଦାତା କିଏ ତାହା ଉଲ୍ଲେଖ କରାଯାଇ ନାହିଁ। ବିଜେପି ଦେଶରେ ଏହି ବ୍ୟବସ୍ଥା ପ୍ରଚଳନ କରିଥିଲା। ସେମାନେ ଜାଣିଥିଲେ କିଏ ସେମାନଙ୍କୁ ଟଙ୍କା ଦେଇଥିଲା। କାରଣ ସେମାନଙ୍କ ହାତରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଛି। ସେମାନେ (ବିଜେପି) ଏହି ଏଜେନ୍‌ସିଗୁଡ଼ିକୁ (ବଣ୍ଡ ମାଧ୍ୟମରେ) ଟଙ୍କା ଆଦାୟ କରିବା ପାଇଁ ବ୍ୟବହାର କରିଥିଲେ।

    କିନ୍ତୁ ତୃଣମୂଳ କଂଗ୍ରେସ ପାଖରେ ଏସବୁ ଏଜେନ୍‌ସି ନାହିଁ, ଆମକୁ କେତେ ଟଙ୍କା ଦିଆଯାଇଥିଲା ତାହା ଆମେ ଜାଣିନାହୁଁ। ଆମେ ଡ୍ରପ୍‌ବକ୍ସରୁ ଟଙ୍କା ସଂଗ୍ରହ କରିଥିଲୁ, ଯାହା କୌଣସି ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ନୁହେଁ ବରଂ ପଞ୍ଜୀକୃତ ଦଳର ଆକାଉଣ୍ଟରେ ଜମା କରାଯାଇଥିଲା ଏବଂ ତା’ପରେ ଆମେ ନିୟମ ଅନୁଯାୟୀ ଟଙ୍କା ନଗଦ କରିଥିଲୁ। ତେଣୁ ତୃଣମୂଳ କଂଗ୍ରେସ ସେମାନଙ୍କୁ କିଏ ଟଙ୍କା ଦେଇଛି ସେ ବିଷୟରେ ଅଜ୍ଞ ବୋଲି ସେ କହିଛନ୍ତି।
    ଉଲ୍ଲେଖଯାଗ୍ୟ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ନିର୍ବାଚନୀ ବଣ୍ଡ୍‌ ତଥ୍ୟ ଅନୁଯାୟୀ, ଶୀର୍ଷ ୧୦ ଜଣ ଦାତା ତୃଣମୂଳ କଂଗ୍ରେସକୁ ୧୧୯୮କୋଟି ଟଙ୍କା ଦାନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    85 %
    1.6kmh
    99 %
    Sat
    29 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ