Monday, June 2, 2025
38.2 C
Odisha

    ବାଂଲାଦେଶକୁ ୧୩୩ ରନରେ ହରାଇଲା ଟିମ୍ ଇଣ୍ଡିଆ

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଚାଲିଥିବା ୩ୟ ଟି-୨୦ରେ ବାଂଲାଦେଶକୁ ୧୩୩ ରନରେ ହରାଇ ବିପୁଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଭାରତ ପକ୍ଷରୁ ବାଂଲାଦେଶ ଆଗରେ ୨୯୮ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୭ ରନ କରିପାରିଥିଲା । ଦଳ ପକ୍ଷରୁ ତାହ୍ବିଦ ହ୍ରିଦୟ ୬୩ ରନ କରିଥିବାବେଳେ ଲିଟନ ଦାସ ୪୨ ରନ କରିଥିଲେ । ଭାରତ ପକ୍ଷରୁ ରବି ବିଷ୍ଣୋଇ ୩ଟି ଓ ମୟଙ୍କ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।

    ଏହି ମ୍ୟାଚରେ ଭାରତ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଇନିଂସ ଓପନ କରିଥିବା ଅଭିଷେକ ଶର୍ମା ମାତ୍ର ୪ ରନ କରି ଆଉଟ ହୋଇଥିଲେ । ତେବେ ସଂଜୁ ସାମସନ ଓ ଅଧିନାୟକ ସୂର‌୍ୟ୍ୟକୁମାର ଯାଦବ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ସାମସନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୭ଟି ବଲରୁ ୧୧୧ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୧୧ଟି ଚୌକା ଓ ୮ଟି ଛକା ମାରିଥିଲେ । ସେହିପରି ସୂର‌୍ୟ୍ୟକୁମାର ୩୫ଟି ବଲରୁ ୭୫ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୪୭ ରନ ଓ ରିୟାନ ପରାଗ ୩୪ ରନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.2 ° C
    38.2 °
    38.2 °
    25 %
    3.8kmh
    100 %
    Mon
    38 °
    Tue
    35 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ