Saturday, July 27, 2024
24.6 C
Odisha

    ସେନା ଶକ୍ତିରେ ଏବେ ବି ରାଜ୍ କରୁଛି ଆମେରିକା । ଚାଇନା ଓ ଋଷିଆକୁ ଅନେକ କ୍ଷେତ୍ରରେ ଦେଉଛି ଟକ୍କର

    ଆଗକୁ ପଢନ୍ତୁ

    ସାରା ବିଶ୍ୱରେ ଥିବା ଦେଶମାନଙ୍କର ସେନା ଶକ୍ତି ରାଙ୍କିଙ୍ଗ୍ ପ୍ରସ୍ତୁତ କରୁଥିବା ସଂସ୍ଥା ଗ୍ଲୋବାଲ ଫାୟାରପାୱାର ଚଳିତ ବର୍ଷ ନୂଆ ସୂଚୀ ଜାରି କରିଛି । ଏହି ର୍ୟାଙ୍କିଙ୍ଗରେ ଆମେରିକା ପ୍ରଥମ ସ୍ଥାନରେ ରହିଛି ଓ ଭାରତ ଚତୁର୍ଥ ସ୍ଥାନରେ । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କ୍ରମାଗତ ଭାବେ ଋଷ ଓ ଚୀନ ରହିଛି । ଏହି ସୂଚୀ ପ୍ରସ୍ତୁତ କରିବାକୁ ଗ୍ଲୋବାଲ ଫାୟାରପାୱାର ଭିନ୍ନ ଭିନ୍ନ ବିନ୍ଦୁ ଉପରେ ଫୋକସ କରିଛି । ଏହି ତଥ୍ୟ ମୁତାବକ ଏବେ ଆମେରିକା ସେନା ଶକ୍ତିରେ ପ୍ରଥମ ସ୍ଥାନରେ ରହିଛି । ଏହି ତାଲିକାରେ ମୋଟ ୧୪୫ ଟି ଦେଶକୁ ସାମିଲ କରାଯାଇଛି । ଏଥିରେ ମୋଟ ୬୦ ଟି ବିନ୍ଦୁ ଉପରେ ଗୁରୁତ୍ୱାରୋପ କରାଯାଇଛି । ବିଶେଷ କରି ସୈନିକ ସଂଖ୍ୟା, ସାମରିକ ଅସ୍ତ୍ରଶସ୍ତ୍ର, ଆର୍ଥିକ ସ୍ଥିରତା, ଭୌଗଳିକ ସ୍ଥିତିକୁ ସାମିଲ କରାଯାଇଛି ।

    ତାଲିକାରେ କ୍ରମାଗତ ଭାବେ ଥିବା ଦେଶଗୁଡିକ ହେଉଛି , ଆମେରିକା, ଋଷ, ଚୀନ, ଭାରତ, ଦକ୍ଷିଣ କୋରିଆ, ୟୁନାଇଟେଡ୍ କିଙ୍ଗଡନ, ଜାପାନ, ତୁର୍କି, ପାକିସ୍ତାନ, ଇଟାଲି, ଭୁଟାଲ, ମାଲ୍ଦବା, ସୁରିନାମ, ସୋମାଲିଆ, ବେନିନ୍, ଲାଇବେରିଆ, ସିୟେରା ଲିୟୋନ, ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ, ଆଇସିଲ୍ୟାଣ୍ଡ । ପ୍ରସ୍ତୁତ ହୋଇଥିବା ତାଲିକା ମୁତାବକ ଭାରତ ପାଖରେ ୬୦୬ଟି ଯୁଦ୍ଧ ବିମାନ ରହିଛି । ଏଥିରୁ ୧୩୦ ଟି ଆକ୍ରମଣ କରିପାରୁଥିବା ଯୁଦ୍ଧ ବିମାନ, ୨୬୪ ଟି ପରିବହନ ବିମାନ, ୩୫୧ଟି ପ୍ରଶିକ୍ଷଣ ବିମାନ, ୭୦ ଟି ସ୍ପେଶାଲମିଶନ ଏୟାରକ୍ରାଫ୍ଟ, ୬ଟି ଟ୍ୟାଙ୍କର୍ସ ପ୍ଲିଟ୍, ୮୬୯ ଟି ହେଲିକପ୍ଟର, ୪୦ଟି ଆକ୍ରମଣ କରିପାରୁଥିବା ହେଲିକପ୍ଟର ରହିଛି । ସେହିଭଳି ସ୍ଥଳସେନା ପାଖରେ ୪୬୧୪ଟି ଟ୍ୟାଙ୍କର୍ସ, ୧.୫୧ ଲକ୍ଷରୁ ଅଧିକ ଗାଡି, ୧୪୦ ଟି ସେଲ୍ଫ ପ୍ରୋପେଲ୍ଡ ଆର୍ଟିଲାରୀ, ୩୨୬୪ ଟି ଟୋଡ ଆର୍ଟିଲାରୀ, ୭୦୨ଟି ରକେଟ୍ ଆର୍ଟିଲାରୀ ରହିଛି । ଏହାସହ ଭାରତ ପାଖରେ ତିନିସେନାରେ ମିଶାଇ ମୋଟ ୫୧ ଲକ୍ଷ ଯବାନ ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ