Monday, September 28, 2026
23.1 C
Odisha

    ଇଟାଲିକୁ ହରାଇ ଭାରତ ସେମିରେ

    ଆଗକୁ ପଢନ୍ତୁ

    ରାଞ୍ଚି: ଚଳିତ ଏଫଆଇଏଚ୍‌ ମହିଳା ହକି ଅଲିମ୍ପିକ୍ କ୍ବାଲିଫାୟର୍ସରେ ମଙ୍ଗଳବାର ଭାରତ ୫-୧ ଗୋଲ୍‌ରେ ଇଟାଲିକୁ ପରାସ୍ତ କରି ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ଆମେରିକାଠାରୁ ହାରିଯିବା ପରେ ଭାରତ ଗତ ମୁକାବିଲାରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରି ଆଶା ଉଜ୍ଜୀବିତ ରଖିଥିଲା। ମଙ୍ଗଳବାର ବିଜୟ ସହ ଭାରତୀୟ ଦଳ ଗ୍ରୁପ୍‌-‘ବି’ର ଦ୍ବିତୀୟ ସ୍ଥାନ ଦଖଲ କରି ଆଗକୁ ବଢ଼ିଛି। ଗୁରୁବାର ଖେଳାଯିବାକୁ ଥିବା ଦୁଇ ସେମିଫାଇନାଲ୍‌ରେ ଭାରତ ଖେଳିବ ଗ୍ରୁପ୍ ‘ଏ’ ବିଜେତା ଜର୍ମାନି ସହ ଏବଂ ଗ୍ରୁପ୍ ‘ଏ’ ବିଜେତା ଆମେରିକା ଖେଳିବ ଜାପାନ ସହିତ।ମଙ୍ଗଳବାର ଭାରତୀୟ ମହିଳା ଖେଳାଳି ଉତ୍ତମ ସମନ୍ବୟରେ ଖେଳିବା ସହ ସୁଯୋଗ ପରେ ସୁଯୋଗ ସୃଷ୍ଟି କରିଥିଲେ। ପ୍ରଥମ ମିନିଟ୍‌ରେ ଅର୍ଜନ କରିଥିବା ପେନାଲ୍ଟି କର୍ଣ୍ଣରକୁ ଉଦିତା ଗୋଲ୍‌ରେ ପରିଣତ କରିଥିଲେ। ଦ୍ବିତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟ ରହିଥିବା ବେଳେ ତୃତୀୟ କ୍ବାର୍ଟରରେ ଭାରତୀୟ ଖେଳାଳି ଆଉ ଦୁଇଟି ଗୋଲ୍ ଦେଇଥିଲେ। ୪୧ତମ ମିନିଟ୍‌ରେ ଦୀପିକା ପେନାଲ୍ଟି ଷ୍ଟ୍ରୋକ୍‌ରୁ ଏବଂ ୪୫ ମିନିଟ୍‌ରେ ସଲିମା ଟେଟେ ଫିଲ୍ଡ ଗୋଲ୍ ଦେଇଥିଲେ। ଚତୁର୍ଥ କ୍ବାର୍ଟରରେ ଭାରତ ଆଉ ଦୁଇ ଗୋଲ୍ ଦେଇଥିଲା ନଭନୀତ କୌର (୫୩ ମିନିଟ) ଓ ଉଦିତା (୫୫ ମିନିଟ୍‌)ଙ୍କ ଜରିଆରେ। ନଭନୀତ ଫିଲ୍ଡ ଗୋଲ୍ ଦେବା ପରେ ଉଦିତା ପେନାଲ୍ଟି କର୍ଣ୍ଣର ସୁଯୋଗ ହାତଛଡ଼ା କରି ନଥିଲେ। ଶେଷ ମିନିଟ୍‌ (୬୦+)ରେ କିନ୍ତୁ ଇଟାଲି ପେନାଲ୍ଟି କର୍ଣ୍ଣରରୁ କାମିଲା ମଚିନଙ୍କ ଜରିଆରେ ଗୋଲ୍ ଦେଇ ଭାରତକୁ କେବଳ କ୍ଲିନ୍ ସିଟ୍‌ରୁ ବଞ୍ଚିତ ରଖିଥିଲା। ଏହି ମ୍ୟାଚ୍‌ ଖେଳି ଉଦିତା ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂରଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ