Friday, September 18, 2026
29.7 C
Odisha

    ଏମ୍‌ପକ୍ସ ମୁକାବିଲା ପାଇଁ ଭାରତର ଜୋରଦାର ପ୍ରସ୍ତୁତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଏମ୍‌ପକ୍ସ ମୁକାବିଲା ପାଇଁ ‌କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏମ୍‌ପକ୍ସକୁ ଏକ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରାଯିବା ପରେ ସରକାର ଏମ୍‌ପକ୍ସର ମୁକାବିଲା ପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଇମର୍ଜେନ୍ସି ୱାର୍ଡ ଗୁଡ଼ିକ ପ୍ରସ୍ତୁତ ରଖିବା ସହ ବିମାନବନ୍ଦର ଗୁଡ଼ିକରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାପାଇଁ କୁହାଯାଇଛି। ହସ୍ପିଟାଲ୍‌ ଗୁଡ଼ିକୁ ଆସୁଥିବା ରୋଗୀଙ୍କ ଶରୀରରେ ଯଦି ଲାଲ୍‌ ଚିହ୍ନ ହୋଇଥାଏ ତେବେ ସେମାନଙ୍କୁ ପୃଥକ୍‌ ୱାର୍ଡ‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀର ସଫଦରଜଙ୍ଗ, ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ଏବଂ ରାମ ମନୋହର ଲୋହିଆ ହସ୍ପିଟାଲକୁ ନୋଡାଲ ହସ୍ପିଟାଲରେ ପରିଣତ କରାଯାଇଛି। ସନ୍ଦିଗ୍ଧ ରୋଗୀମାନଙ୍କର ଆର୍‌ଟି-ପିସିଆର ଏବଂ ସ୍ବାବ୍‌ ଟେଷ୍ଟ୍‌ କରାଯାଇଛି। ଆବଶ୍ୟକ ଆଗୁଆ ପଦକ୍ଷେପ ଗ୍ରହଣ କରିବାପାଇଁ ବିମାନବନ୍ଦର ଗୁଡ଼ିକୁ ସତର୍କ କରାଯାଇଛି।
    ଉଲ୍ଲେଖଯୋଗ୍ୟ ଯେ ଭାରତରେ ଏଯାବତ୍‌ ଗୋ‌ଟିଏ ବି ଏମ୍‌ପକ୍ସ ମାମଲା ଚିହ୍ନଟ ହୋଇନାହିଁ। କିନ୍ତୁ ଅଗଷ୍ଟ ୧୬ ତାରିଖରେ ପାକିସ୍ତାନରେ ୩ଟି ଏମ୍‌ପକ୍ସ ମାମଲା ଚିହ୍ନଟ ‌ହୋଇଥିଲା। ୟୁଏଇରୁ ଆସିବାପରେ ସେମାନେ ଏମ୍‌ପକ୍ସରେ ଆକ୍ରାନ୍ତ ହୋଇଥିଲେ। ଏହା ପୂର୍ବରୁ ସ୍ବିଡ଼େନ୍‌ ଗୋଟିଏ ଏମ୍‌ପକ୍ସ ମାମଲା ସ୍ପଷ୍ଟ କରିଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିକଟରେ ଏମ୍‌ପକ୍ସକୁ ବୈଶ୍ବିକ ଜରୁରୀ ସ୍ବାସ୍ଥ୍ୟ ସଙ୍କଟ ଭାବେ ଘୋଷଣା କରିଛନ୍ତି। ତେବେ ୨ ବର୍ଷ ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବିତୀୟ ଥର ପାଇଁ ଏମ୍‌ପକ୍ସକୁ ବୈଶ୍ବିକ ଜରୁରୀ ସ୍ବାସ୍ଥ୍ୟ ସଙ୍କଟ ଭାବେ ଘୋଷଣା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.7 ° C
    29.7 °
    29.7 °
    70 %
    1.4kmh
    91 %
    Fri
    31 °
    Sat
    30 °
    Sun
    31 °
    Mon
    30 °
    Tue
    30 °

    ସମ୍ବନ୍ଧିତ