Thursday, April 2, 2026
25.4 C
Odisha

    ଭାରତୀୟ ଦଳର ପାକିସ୍ତାନ ଗସ୍ତକୁ ଅନୁମତି ଦେଲେ ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ଟେନିସ ଟିମ୍ ଡେଭିସ୍ କପ୍ ଖେଳିବାକୁ ପାକିସ୍ତାନ ଗସ୍ତରେ ଯିବ। ପ୍ରାୟ ୬୦ ବର୍ଷ ପରେ ଭାରତୀୟ ଦଳ ଡେଭିସ୍ କପ୍ ମ୍ୟାଚ୍ ପାଇଁ ପାକିସ୍ତାନ ଯିବାକୁ ଯାଉଛି। ଭାରତ ସରକାର ଏଥିପାଇଁ ପାକିସ୍ତାନ ଯିବାକୁ ଅନୁମତି ଦେଇଛନ୍ତି। ଭାରତୀୟ ଡେଭିସ୍ କପ୍ ଦଳର ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ପାକିସ୍ତାନ ହାଇ କମିଶନ ମଧ୍ୟ ଭିସା ଜାରି କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡେଭିସ୍ କପ୍‌ରେ ବିଶ୍ୱ ଗ୍ରୁପ୍ -୧ ମ୍ୟାଚ୍ ଇସଲାମାବାଦରେ ୩ ଏବଂ ୪ ଫେବୃଆରୀରେ ଧାର୍ଯ୍ୟ କରାଯାଇଛି। ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍ (ଆଇଟିଏଫ୍) ଏହି ମ୍ୟାଚକୁ ତୃତୀୟ ଦେଶକୁ ସ୍ଥାନାନ୍ତର କରିବାକୁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା। ଏହା ପରେ ଅଲ ଇଣ୍ଡିଆ ଟେନିସ୍ ଆସୋସିଏସନ୍ (ଏଆଇଟିଏ) ନିଜ ଦଳକୁ ପାକିସ୍ତାନ ଯାତ୍ରା କରିବାକୁ ଅନୁମତି ଦେବାକୁ ସରକାରଙ୍କଠାରୁ ଅନୁମତି ମାଗିଥିଲା। ଯଦି ଭାରତୀୟ ଦଳ ଏହି ଗସ୍ତରେ ଯାଇ ନଥାନ୍ତେ, ତେବେ ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍ ପାକିସ୍ତାନକୁ ବିଜୟୀ ଘୋଷଣା କରିଥାନ୍ତେ। ଭାରତୀୟ ଡେଭିସ୍ କପ୍ ଦଳ ଶେଷ ଥର ପାଇଁ ୧୯୬୪ ରେ ପାକିସ୍ତାନ ଯାତ୍ରା କରିଥିଲା। ସେ ସମୟରେ ପାକିସ୍ତାନକୁ ୪-୦ରେ ପରାସ୍ତ କରିଥିଲେ। ୨୦୧୯ ମସିହାରେ, ଉଭୟ ଦଳର ଡେଭିସ୍ କପ୍ ମ୍ୟାଚ୍ କାଜାଖସ୍ତାନକୁ ସ୍ଥାନାନ୍ତରିତ ହୋଇଥିଲା।ତା’ପରେ ଏଆଇଟିଏ ରାଜନୈତିକ ଉତ୍ତେଜନା ଦର୍ଶାଇ ପରିବର୍ତ୍ତନ ଆଣିବାକୁ ଆଇଟିଏଫକୁ ଅନୁରୋଧ କରିଥିଲା।ସେତେବେଳେ ଏଆଇଟିଏ ର ଅନୁରୋଧ ଗ୍ରହଣ କରାଯାଇଥିଲା। ଭାରତୀୟ ଦଳ ରବିବାର ପାକିସ୍ତାନ ଯାଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ