Sunday, January 11, 2026
16.4 C
Odisha

    ଫାଇନାଲରେ ଅଷ୍ଟ୍ରେଲିଆ, ରବିବାର ଭାରତ ସହ ଟକ୍କର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:୧୯ ବର୍ଷରୁ କମ ବିଶ୍ଵକପ୍‌ର ଦ୍ଵିତୀୟ ସେମି ଫାଇନାଲ୍‌ ମୁକାବିଲାରେ ପାକିସ୍ତାନକୁ ଏକ ଓ୍ଵିକେଟ୍‌ରେ ହରାଇ ଦ୍ଵିତୀୟ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଫଳରେ ରବିବାର ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।ଆଜିର ମୁକାବିଲା ଶେଷ ପର୍ଯ୍ୟନ୍ତ ଛକାପଞ୍ଝା ଜାରି ରହିଥିଲା। ଶେଷ ଆଡକୁ ପାକିସ୍ତାନକୁ ଜିତିବା ପାଇଁ ଏକ ଓ୍ଵିକେଟ୍ ଦରକାର ଥିବା ବେଳେ ଅଷ୍ଟ୍ରେଲିଆକୁ ଆବଶ୍ୟକ ଥିଲା ୧୩ ରନ ହେଲେ। କିନ୍ତୁ ନିମ୍ନକ୍ରମ ବ୍ୟାଟର ଧୈର୍ଯ୍ୟର ସହ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ଜିତାଇଛନ୍ତି। ଅଷ୍ଟ୍ରେଲିଆ ଷଷ୍ଠ ଥର ୧୯ ବର୍ଷରୁ କମ ବିଶ୍ଵକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୪୮.୫ ଓଭରରେ ୧୭୯ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଅଜନ ଅଓ୍ଵାସିସ୍ ୫୨ ରନ ଓ ଅରାଫତ ମିନହାସ ୫୨ ରନ କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ୪୯.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦଳ ପକ୍ଷରୁ ହାରି ଡିକ୍ସନ ୫୦ ରନ ଓ ଅଲିଭର ପିକ୍ ୪୯ ରନ କରିଥିଲେ। ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ୯ମ ଥର ଫାଇନାଲରେ ପ୍ରବେଶ କରିଥିଲା। ଭାରତ ୮ଥର ଫାଇନାଲ ଖେଳିଥିବା ବେଳେ ୫ଥର ଚାମ୍ପିୟନ ହୋଇଛି। ଦଳକୁ ୩ଥର ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିଶ୍ୱକପର ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ୧୯୮୮, ୨୦୦୨ ଓ ୨୦୧୦ରେ ଦଳ ଟ୍ରଫି କବଜା କରିଥିଲା। ୨୦୧୨ ଓ ୨୦୧୮ରେ ଦଳକୁ ଫାଇନାଲରେ ହାରିବାକୁ ପଡ଼ିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    16.4 ° C
    16.4 °
    16.4 °
    25 %
    1.4kmh
    58 %
    Sun
    27 °
    Mon
    28 °
    Tue
    28 °
    Wed
    29 °
    Thu
    30 °

    ସମ୍ବନ୍ଧିତ