Saturday, March 7, 2026
29.5 C
Odisha

    ରୋମାଞ୍ଚକର ସୁପର୍ ଓଭରରେ ଜିତିଲା ଭାରତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ପଞ୍ଚମ ଟି୨୦ ଶତକ ସତ୍ତ୍ୱେ ଆଫଗାନିସ୍ତାନ ବିପକ୍ଷ ଅନ୍ତିମ ମ୍ୟାଚରେ ଡବଲ ଟାଇରୁ ଫଳାଫଳ ମିଳିଛି। ଡବଲ ସୁପର ଓଭରରେ ଜିତିବା ସହ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିଛି ଭାରତ। ମ୍ୟାଚ ପରି ପ୍ରଥମ ସୁପର ଓଭରରେ ମଧ୍ୟ ଟାଇରେ ଶେଷ ହୋଇଥିଲା। ଆଫଗାନିସ୍ତାନ ୧୬ ରନ୍‌ କରିଥିବା ବେଳେ ଭାରତ ମଧ୍ୟ ସମାନ ରନ୍‌ କରିଥିଲା। ପରେ ଦ୍ୱିତୀୟ ସୁପର ଓଭରରେ ଭାରତ ମାତ୍ର ୧୧ ରନରେ ଏହାର ଦୁଇ ଉଇକେଟ ହରାଇଥିଲା। ରୋହିତ ପ୍ରଥମ ୩ ବଲରେ ୧୧ ରନ୍‌ କରିଥିବା ବେଳେ ପରବର୍ତ୍ତୀ ୨ ବଲରେ ଭାରତ ୨ ଉଇକେଟ ହରାଇଥିଲା। ଦ୍ୱିତୀୟ ସୁପର ଓଭରରେ ରବି ବିଷ୍ଣୋଇଙ୍କୁ ବୋଲିଂ ଭାର ଦେଇ ରୋହିତ ଯେଉଁ ରିସ୍କ ନେଇଥିଲେ ତାହା କାମ ଦେଇଥିଲା। ବିଷ୍ଣୋଇ ୩ ବଲରେ ଦୁଇ ଉଇକେଟ ନେବାରୁ ଭାରତ ମ୍ୟାଚ୍‌ ଜିତିବା ସହ ପୂରା ଷ୍ଟାଡିୟମ ଝୁମି ଉଠିଥିଲା। ରୋହିତ ଶର୍ମା ଟି୨୦ରେ ନିଜର ପଞ୍ଚମ ଶତକ ସହ ଅପରାଜିତ ୧୨୧ ରନ୍‌ କରିବାରୁ ଭାରତ ୨୦ ଓଭରରେ ୪ ଉଇକେଟରେ ୨୧୨ ରନ୍‌ କରିଥିଲା। ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ୬ ଉଇକେଟରେ ୨୧୨ ରନ୍‌ କରିଥିଲା। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନେଇଥିଲା। ତେବେ ଯଶସ୍ବୀ ଜୟସ୍ବାଲ(୪) ବିଫଳ ହୋଇଥିଲେ। ମ୍ୟାଚ୍‌ର ତୃତୀୟ ଓଭରରେ ଲଗାତାର ବଲରେ ଜୟସ୍ବାଲ ଓ ଖାତା ଖୋଲିବା ପୂର୍ବରୁ ବିରାଟ କୋହଲି ଫରିଦ ଅହମଦଙ୍କ ବଲ୍‌ରେ ଆଉଟ ହୋଇଥିଲେ। ପରବର୍ତ୍ତୀ ଓଭରରେ ଶିବମ ଦୁବେ ୧ ରନ୍‌ କରି ପ୍ୟାଭିଲିୟନ ଫେରିଥିବା ବେଳେ ଚତୁର୍ଥ ଓଭରରେ ଖାତା ଖୋଲିବା ଆଗରୁ ଆଉଟ ହୋଇଥିଲେ ସଞ୍ଜୁ ସାମସନ୍‌। ଭାରତୀୟ ଦଳ ୨୨ ରନ୍‌ରେ ୪ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ତେବେ ସ୍ବଭାବ ବିପରୀତ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲେ ରୋହିତ ଶର୍ମା ଓ ରିଙ୍କୁ ସିଂ। ପ୍ରଥମେ ସେଟ୍‌ ହେବା ପରେ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହିତ ପଞ୍ଚମ ଉଇକେଟରେ ୧୯୦ ରନ୍‌ ଯୋଡିଥିଲେ। ରୋହିତ ଶର୍ମା ଅପରାଜିତ ୧୨୧ ରନ୍‌ କରିଥିବା ବେଳେ ରିଙ୍କୁ ୬୯ ରନ୍‌ କରିଥିଲେ। ରୋହିତ ୬୯ ବଲ୍‌ର ସମ୍ମୁଖୀନ ହୋଇ ୧୧ ଚୌକା ଓ ୮ ଛକା ସହାୟତାରେ ୧୨୧ ରନ୍‌ କରିଥିଲେ। ଅନ୍ୟପକ୍ଷରେ ରିଙ୍କୁ ସିଂ ୩୯ ବଲ୍‌ ଖେଳି ୨ ଚୌକା ଓ ୬ ଛକା ମାରିଥିଲେ। ପ୍ରଥମ ୧୦ ଓଭରରେ ଭାରତ ମାତ୍ର ୬୦ ରନ୍‌ କରିଥିବା ବେଳେ ଅନ୍ତିମ ୧୦ ଓଭରରେ ଦଳ ୧୫୨ ରନ୍‌ ସ୍କୋର କରିଥିଲା। ଆଫଗାନିସ୍ତାନ ପକ୍ଷରୁ ସଫଳ ବୋଲର ଭାବେ ଫରିଦ୍‌ ଅହମଦ ୨୦ ରନ୍‌ରେ ୩ ଓ ଅଜମତଉଲ୍ଲା ଓମାରଜାଇ ୧ ଉଇକେଟ ନେଇଥିଲେ। ପ୍ରଥମ ଉଇକେଟରେ ଆଫଗାନିସ୍ତାନ ପକ୍ଷରୁ ରହମାନଉଲ୍ଲା ଗୁରବାଜ(୫୦) ଓ ଇବ୍ରାହିମ ଜାଦ୍ରାନ(୫୦) ୯୩ ରନ୍‌ କରିଥିଲା। ୧୧ ତମ ଓଭରରେ ରହମାନଉଲ୍ଲା ଗୁରବାଜଙ୍କୁ ଆଉଟ କରି ପ୍ରଥମ ସଫଳତା ଦେଇଥିଲେ କୁଲଦୀପ ଯାଦବ। ଏହାର ୨ ଓଭର ମଧ୍ୟରେ ଲଗାତାର ୨ ବଲ୍‌ରେ ୨ ଉଇକେଟ ନେଇ ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ ଓ୍ବାଶିଂଟନ୍‌ ସୁନ୍ଦର। ପରବର୍ତ୍ତୀ ଦୁଇ ବ୍ୟାଟର ମହମ୍ମଦ ନବି (୩୪)ଓ ଗୁଲବଦିନ ନାଇବ(୫୫*) ଦ୍ରୁତ ୫୬ ରନ୍‌ ଯୋଡିଥିଲେ। ତେବେ ନବିଙ୍କୁ ୧୭ତମ ଓଭରରେ ଆଉଟ କରିଥିଲେ ସୁନ୍ଦର। ଅନ୍ତିମ ୨ ଓଭରରୁ ୩୬ ରନ୍‌ ଆବଶ୍ୟକ ଥିବା ବେଳେ ଆଭେଶ ଖାନ୍‌ ନଜିବୁଲ୍ଲାଙ୍କୁ ଆଉଟ କରିବା ସହ ୧୭ ରନ୍‌ ବ୍ୟୟ କରିଥିଲେ। ଅନ୍ତିମ ଓଭରରରେ ନାଇବ ୧୮ ରନ୍‌ କରିବାରୁ ମ୍ୟାଚ୍‌ ଟାଇରେ ଶେଷ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.5 ° C
    29.5 °
    29.5 °
    44 %
    2kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ