Monday, June 15, 2026
27.6 C
Odisha

    ୧୩ ବର୍ଷ ପ୍ରତିକ୍ଷାର ହେଲା ଅନ୍ତ; ଭାରତ ବିଶ୍ୱ ବିଜୟୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଟି -୨୦ ବିଶ୍ୱକପରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ଵ ବିଜେତା ହୋଇଛି। ୧୩ ବର୍ଷ ହେଲା ଆଇସିସି ଟ୍ରଫିକୁ ଭାରତ କରିଥିବା ପ୍ରତିକ୍ଷାର ଅନ୍ତ ହୋଇଛି। ଶେଷରେ ଭାରତ ୨୦୧୧ ପରେ ପୁଣି ଥରେ ଆଇସିସି ଟ୍ରଫି ଜିତିଛି। ବାର୍ବାଡୋସ ବ୍ରିଜ୍‌ଟାଉନ୍‌ସ୍ଥିତ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ ୯ମ ସଂସ୍କରଣର ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୨୦୧୧ରେ ଆଇସିସି ଦିନିକିଆ ବିଶ୍ବକପ୍‌ ଏବଂ ୧୭ ବର୍ଷ ପରେ ଅର୍ଥାତ ୨୦୦୭ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି । ଆଜି ଖେଳାଯାଉଥିବା ଫାଇନଲା ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ମଧ୍ୟ ବିରାଟଙ୍କ ଦମଦାର ଅର୍ଦ୍ଧଶତକ ଓ ଅକ୍ଷର ପଟେଲଙ୍କ ନିର୍ଭରଯୋଗ୍ୟ ପାଳି ପାଇଁ ଭାରତ ନିର୍ଦ୍ଧାରିତ ୨୦ ଓଭର ଖେଳି ୭ ୱିକେଟ ହରାଇ ୧୭୬ ରନ୍‌ ସଂଗ୍ରହ କରିଥିଲା। ଯାହା ଫଳରେ ଦକ୍ଷିଣ ଆଫ୍ରିକାକୁ ଫାଇନାଲ ଜିତିବା ପାଇଁ ୧୭୭ ରନ୍‌ର ଟାର୍ଗେଟ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    67 %
    1.5kmh
    100 %
    Mon
    39 °
    Tue
    41 °
    Wed
    43 °
    Thu
    41 °
    Fri
    35 °

    ସମ୍ବନ୍ଧିତ