Thursday, September 17, 2026
24.1 C
Odisha

    ଭାରତ ୩-୧ରେ ଶୃଙ୍ଖଳା ଜିତିଲା: ତିଳକ+ସଂଜୁ=ବିଶ୍ବ ରେକର୍ଡ

    ଆଗକୁ ପଢନ୍ତୁ

    ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୧ରେ ଜିତି ନେଇଛି। ଶୁକ୍ରବାର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍‌ରେ ରେକର୍ଡ ବର୍ଷା ସହ ୧୩୫ ରନ୍‌ର ବୃହତ୍‌ ବିଜୟ କାରଣରୁ ଏହି ସଫଳତା ଆଣିଛି ସୂର୍ଯ୍ୟକୁମାର ୟାଦବଙ୍କ ଦଳ। ଭାରତର ୨୮୩ ରନ୍ ଜବାବରେ ଘରୋଇ ଦଳ ୧୪୮ ରନ୍ କରିଥିଲା। ଟସ୍ ଜିତି ବ୍ୟାଟିଂ କରିବା ପରେ ସଂଜୁ ସାମ୍‌ସନ୍‌, ତିଳକ ବର୍ମା ମିଳିତ ଭାବେ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ କରିଥିଲେ।। ପ୍ରଥମ ଓଭରରେ ଜୀବନଦାନ ପାଇବା ପରେ ଅଭିଷେକ ଶର୍ମା (୩୬ ରନ୍‌, ୧୮ ବଲ୍‌, ୨ ଚୌକା, ୪ ଛକା) ଦ୍ରୁତ ରନ୍‌ ସଂଗ୍ରହ କରି ଏକମାତ୍ର ଖେଳାଳି ଭାବେ ଆଉଟ୍‌ ହୋଇଥିଲେ। ଏହାପରେ ସଂଜୁ ଓ ତିଳକ ଚୌକା ଛକା ବର୍ଷା କରି ‌ନୂଆ ନୂଆ ରେକର୍ଡ କରିଚାଲିଥିଲେ। ୨୮ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିବା ସଂଜୁ ପରବର୍ତ୍ତୀ ୫୦ ରନ୍‌ ପାଇଁ ୨୩ ବଲ୍‌ ଖେଳିଥିଲେ। ଏହି ପାଳିରେ ସେ ୫୬ ବଲ୍‌ ଖେଳିଥିଲା ବେଳେ ବାଉଣ୍ଡରିରୁ ୭୮ ରନ୍‌ (୬ ଚୌକା, ୯ ଛକା) ଉଠାଇଥିଲେ ଓ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୦୯* ରନ୍‌ କରିଥିଲେ।

    ସେହିପରି ତିଳକ ମଧ୍ୟ ଏକାଧିକ ଜୀବନଦାନ ପାଇ ବିଶ୍ବର ଦ୍ରୁତତମ ଶତକ କରିପାରି ନଥିଲେ ମଧ୍ୟ ସଂଜୁଙ୍କଠୁ ୧୦ ବଲ୍‌ କମ୍‌ ଖେଳି ଶତକରେ ପହଞ୍ଚି ଯାଇଥିଲେ। ୪୭ ବଲରୁ ୧୨୦* ରନ୍‌ କରିଥିବା ତିଳକ କିନ୍ତୁ ବାଉଣ୍ଡରିରେ ୯୬ ରନ୍‌ କରି ସୁଯୋଗ ମିଳିଲେ କେତେ ଆକ୍ରାମକ ହୋଇପାରନ୍ତି ତାହା ଦେଖାଇ ଦେଇଥିଲେ। ତାଙ୍କ ବାଉଣ୍ଡରି ଭିତରେ ୯ ଚୌକା ଓ ୧୦ ଛକା ସାମିଲ ଥିଲା। ସଂଜୁଙ୍କ ପାଇଁ ଏହା ତୃତୀୟ ଶତକ ହୋଇଥିଲା ‌ବେଳେ ତିଳକ ଲଗାତାର ଶତକ ମାରିଛନ୍ତି। ଲଗାତାର ଶତକ ମାରିବାରେ ବିଶ୍ବରେ ସେ ସଂଜୁଙ୍କ ତଳକୁ ଚତୁର୍ଥ ଖେଳାଳି ହୋଇପାରିଛନ୍ତି। ଦ୍ବିତୀୟ ୱିକେଟ୍‌ ଭାଗୀଦାରିରେ ଉଭୟ କରିଥିବା ୨୧୦* (୮୬ ବଲ୍‌) ରନ୍‌ ମଧ୍ୟ ଏକ ବିଶ୍ବ ରେକର୍ଡ ହୋଇଛି। ଚଳିତ ବର୍ଷ ନେଦରଲାଣ୍ଡ୍‌ସର ଲେଭିଟ୍‌ ଓ ଏଞ୍ଜେଲବ୍ରେଚ୍‌ଟ ଯୋଡ଼ି ନାମିବ୍ୟା ବିପକ୍ଷରେ ୧୯୩ ରନ୍‌ କରିଥିଲେ। ଭାରତ ପାଇଁ ମଧ୍ୟ ଯେକୌଣସି ୱିକେଟ୍‌ରେ ଏହା ସର୍ବୋଚ୍ଚ ଭାଗୀଦାରି। ୨୮୩/୧ ସ୍କୋର ଭାରତର ଦ୍ବିତୀୟ ସର୍ବାଧିକ ହୋଇଛି। ଗତ ମାସରେ ବାଂଲାଦେଶ ବିପକ୍ଷରେ ଭାରତ ୨୯୭/୬ କରିଥିଲା।

    ସଂକ୍ଷିପ୍ତ‌ ସ୍କୋର: ଭାରତ ୨୦ ଓଭରରେ ୨୮୩/୨ (ତିଳକ ବର୍ମା-୧୨୦*, ସଂଜୁ ସାମ୍‌ସନ୍‌-୧୦୯*, ଅଭିଷେକ ଶର୍ମା-୩୬, ଲୁଥୋ ସିପ୍‌ମାଲା-୧/୫୮)। ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୧୪୮/୧୦ (ତ୍ରିଷ୍ଟନ୍ ଷ୍ଟବ୍ସ-୪୩, ଡେଭିଡ୍ ମିଲର୍‌-୩୬, ମାର୍କୋ ୟାନସେନ୍‌-୨୯*, ଅର୍ଶଦୀପ ସିଂହ-୩/୨୦, ଅକ୍ଷର ପଟେଲ୍‌-୨/୬, ବରୁଣ ଚକ୍ରବର୍ତ୍ତୀ-୨/୪୨, ହାର୍ଦିକ ପାଣ୍ଡ୍ୟା-୧/୮, ରବି ବିଷ୍ଣୋଇ-୧/୨୮, ରମଣଦୀପ ସିଂହ-୧/୪୨)।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.1 ° C
    24.1 °
    24.1 °
    87 %
    1.1kmh
    37 %
    Thu
    32 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ