Saturday, September 26, 2026
23.6 C
Odisha

    ପାକିସ୍ତାନଠାରୁ ୭୬ଗୁଣ ବଡ଼ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ କ୍ରମାଗତ ବୃଦ୍ଧି ଘଟୁଛି। ଏହି କାରଣରୁ ଏହା ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୨୪ ଜୁଲାଇ ୧୯ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୬୭୦.୮୫ ବିଲିୟନ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ସପ୍ତାହରେ ଏହା ୬୬୬.୮୫ ବିଲିୟନ ଡଲାର ଥିଲା। ଅନ୍ୟପକ୍ଷରେ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର କ୍ରମାଗତଭାବେ ହ୍ରାସ ପାଇଚାଲିଛି ଓ ଏହା ୯ ବିଲିୟନ ଡଲାର ତଳକୁ ଖସିଯାଇଛି । ଅର୍ଥାତ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଏବେ ପାକିସ୍ତାନଠାରୁ ୭୬ ଗୁଣ ଅଧିକ ରହିଛି ।

    ଜୁଲାଇ ୨୬ରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୩ ସପ୍ତାହ ମଧ୍ୟରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୧୯ ବିଲିୟନ ଡଲାର ବୃଦ୍ଧି ପାଇଛି। କେବଳ ଏତିକି ନୁହେଁ, ଏହା କ୍ରମାଗତ ନବମ ସପ୍ତାହ, ଯେତେବେଳେ ବୈଦେଶିକ ମୁଦ୍ରା ଭଣ୍ଡାର ୬୫୦ ବିଲିୟନ ଡଲାର ଉପରେ ରହିଛି।

    ଜୁଲାଇ ୧୯ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୪ ବିଲିୟନ ଡଲାର ବୃଦ୍ଧି ପାଇ ୬୭୦.୮୫ ବିଲିୟନ ଡଲାରରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ବିଦେଶୀ ମୁଦ୍ରା ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଛି ଏବଂ ଏହା ୨.୫୭ ବିଲିୟନ ଡଲାର ବୃଦ୍ଧି ପାଇ ୫୮୮.୦୪ ବିଲିୟନ ଡଲାରରେ ପହଞ୍ଚିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    94 %
    1.4kmh
    11 %
    Sat
    23 °
    Sun
    29 °
    Mon
    30 °
    Tue
    30 °
    Wed
    29 °

    ସମ୍ବନ୍ଧିତ