Tuesday, March 4, 2025
20.8 C
Odisha

    ପ୍ୟାଟ୍ କମିନ୍ସ ନୁହଁ , ମିଚେଲ୍ ଷ୍ଟାର୍କ ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ; ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳି ହେଲେ ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଷ୍ଟାର୍କ । ମଙ୍ଗଳବାର ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିବା ପରେ, ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ବନିଥିଲେ ପ୍ୟାଟ୍ କମିନ୍ସ । ହେଲେ ଏହାର କିଛି ସମୟ ପରେ ମିଚେଲ୍ ଷ୍ଟାର୍କ ତାଙ୍କୁ ଟପି ୨୪.୭ କୋଟିରେ ବିକ୍ରି ହୋଇଛନ୍ତି । ଆଇପିଏଲ୍ ଟିମ୍ କୋଲକାତା ନାଇଟ୍ ରାଇଡର୍ସ ମିଚେଲ୍ ଷ୍ଟାର୍କଙ୍କୁ ଆଗାମୀ ସିଜିନ୍ ପାଇଁ ନିଜ ଦଳରେ ସାମିଲ କରିଛି । ମଙ୍ଗଳବାର ମିଚେଲ୍ ଷ୍ଟାର୍କଙ୍କୁ କିଣିବା ପାଇଁ ପ୍ରଥମେ ଗୁଜରାଟ ଟାଇଟନ୍ସ ଏବଂ କେକେଆର ଟିମ୍ ଉତ୍ସାହ ଦେଖାଇଥିଲେ । ହେଲେ ଗୁଜରାଟକୁ ପଛରେ ପକାଇ କେକେଆର ବାଜି ଜିତିନେଇଥିଲା । ଷ୍ଟାର୍କ ଏବଂ କମିନ୍ସଙ୍କ ବ୍ୟତୀତ ଭାରତୀୟ ପେସ୍ ବୋଲର ହର୍ଷଲ ପଟେଲଙ୍କୁ ୧୧.୭୫ କୋଟିରେ କିଣିଛି ପଞ୍ଜାବ କିଙ୍ଗସ୍ । ସେହିପରି ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ରୋମେନ୍ ପାୱେଲଙ୍କୁ ରାଜସ୍ଥାନ ୭.୪୦ କୋଟି, ଡାରେଲ ମିଚେଲ ୧୪ କୋଟି, ଶିଭମ ମାଭି ୬.୪୦ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଦଳରେ ସାମିଲ ହେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    20.8 ° C
    20.8 °
    20.8 °
    35 %
    1.6kmh
    45 %
    Tue
    35 °
    Wed
    36 °
    Thu
    35 °
    Fri
    36 °
    Sat
    38 °

    ସମ୍ବନ୍ଧିତ