Monday, September 28, 2026
23.1 C
Odisha

    ତାମିଲନାଡୁରେ ବର୍ଷା ବିତ୍ପାତ; ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲା ବାୟୁସେନା

    ଆଗକୁ ପଢନ୍ତୁ

    ଚେନାଇ: ତାମିଲନାଡୁରେ ପ୍ରବଳ ବର୍ଷା କାରଣରୁ ପ୍ରାୟ ଚାରି ଜିଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା ନିୟୋଜିତ ହୋଇଛନ୍ତି। ମଙ୍ଗଳବାର ଭାରତୀୟ ବାୟୁସେନା ଜଣେ ଗର୍ଭବତୀ ମହିଳା ଏବଂ ଜଣେ ଦେଢ଼ ବର୍ଷର ଶିଶୁକୁ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରିଛି। ଦକ୍ଷିଣ ତାମିଲନାଡୁର ଚାରିଟି ଜିଲାରେ ରେକର୍ଡ ବର୍ଷା ପରେ ପ୍ରବଳ ବନ୍ୟା ପରିସ୍ଥିତି ଦେଖାଦେଇଛି ଏବଂ ତୁରନ୍ତ ରିଲିଫ୍ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦିଲ୍ଲୀରେ ହେବାକୁ ଥିବା ବୈଠକକୁ ଟାଳିଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ତାମିଲନାଡୁର ଏକ ରେଲୱେ ଷ୍ଟେସନରେ ୫୦୦ ରହିଥିବା ବେଳେ ମଙ୍ଗଳବାର ସେମାନଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଉଦ୍ଧାର କରାଯାଇଛି। ସେମାନଙ୍କୁ ସେଠାରୁ ପ୍ରଥମେ ଚେନ୍ନାଇ ଅଣାଯିବ, ପରେ ସେମାନଙ୍କୁ ଘରକୁ ପଠାଯିବାର ବ୍ୟବସ୍ଥା କରାଯିବ। ସେହିଭଳି ସୋମବାର ରାତିରେ ବନ୍ୟା ପ୍ରଭାବିତ ଥୋଥୁକୁଡି ଜିଲାରେ ୫୪ ଜଣ ମହିଳା, ଜଣେ ଗର୍ଭବତୀ ମହିଳା ଏବଂ ୧୯ ଜଣ ଶିଶୁଙ୍କ ସମେତ ୧୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଜିଲାପାଳ ମାନଙ୍କ ସହିତ ଭିଡିଓ କନଫରେନସିଂ ମାଧ୍ୟମରେ ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏହାପରେ ରିଲିଫ ଏବଂ ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ