Sunday, October 11, 2026
22.1 C
Odisha

    କଳିଙ୍ଗା ଘାଟିରେ ଲୁହା ଛଡ଼ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ; ମୃତ୍ୟୁମୁଖରୁ ବର୍ତ୍ତିଲେ ଚାଳକ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ରାଉରକେଲାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ୧୪ଚକିଆ ଲୁହା ଛଡ଼ ବୋଝେଇ ଟ୍ରକ କଳିଙ୍ଗା ଘାଟିରେ ରବିବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଟ୍ରକ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। ଟ୍ରକଟି କଳିଙ୍ଗା ଘାଟି ଗଡ଼ିବା ମାତ୍ର ତିନି କିମି ରାସ୍ତା ଅତିକ୍ରମ କରିବାର କିଛି ସମୟ ପରେ ଟ୍ରକର ବ୍ରେକ ଫେଲ ହୋଇଯାଇଥିଲା ଟ୍ରକ୍‌ ଚାଳକ ଯେତେ ସମ୍ଭବ ଟ୍ରକକୁ ନିଜ ଆୟତ୍ତରେ ରଖିବାକୁ ଚେଷ୍ଟା କରିଥିଲେ ହେଲେ ଏକ ତୀକ୍ଷଣ ବୁଲାଣିରେ ଆଉ ବୁଲେଇ ପାରି ନଥିଲେ। ଚାଳକ ଟ୍ରକରୁ ଡେଇଁ ନିଜକୁ ରକ୍ଷା କରିଥିବା ବେଳେ ଟ୍ରକଟି ରାସ୍ତା ପାର୍ଶ୍ଵ ସୁରକ୍ଷା ପାଚେରୀକୁ ବାଡେଇ ହୋଇ ଭିତରେ ପଶି ଯାଇଛି। ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଥାନା ଏସଆଇ ଅନନ୍ତ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ