Thursday, August 21, 2025
23.2 C
Odisha

    ହିଜବୁଲ୍ଲାର ଗଡ ଭାଙ୍ଗି ଦେଇଛି ଇସ୍ରାଏଲ

    ଆଗକୁ ପଢନ୍ତୁ

    ଇସ୍ରାଏଲ ଗତ କିଛି ଦିନ ହେବ ଇରାନ ସମର୍ଥିତ ଗୋଷ୍ଠୀ ହିଜବୁଲ୍ଲା ଉପରେ ଆକ୍ରମଣ କରୁଛି । ଏହି ସମୟରେ ଇସ୍ରାଏଲ ହିଜବୁଲ୍ଲାର ଗଡ ଭାଙ୍ଗି ଦେଇଛି ଏବଂ ସଙ୍ଗଠନର ମୁଖ୍ୟ ହାସନ ନସରଲ୍ଲାଙ୍କ ସମେତ ଏହାର ଉତ୍ତରାଧିକାରୀଙ୍କ ସମେତ  ଅନେକ ପ୍ରମୁଖ ସଦସ୍ୟଙ୍କୁ ନିପାତ କରିଛି । ଇତିମଧ୍ୟରେ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଅସ୍ତ୍ରବିରତି ପ୍ରସ୍ତାବର ସର୍ତ୍ତାବଳୀକୁ ଗ୍ରହଣ କରିବା ଏବଂ ଲିଟାନି ନଦୀର ଉତ୍ତରରେ ଥିବା ନିଜ ସେନା ପ୍ରତ୍ୟାହାର କରିବାକୁ ଇରାନ ହିଜବୁଲ୍ଲାକୁ କହିଛି । ଲେବନାନର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଯେ ସେମାନେ ଏପର୍ଯ୍ୟନ୍ତ ଲଢ଼େଇ ଶେଷ କରିନାହାଁନ୍ତି । ଅନ୍ୟପକ୍ଷରେ ଇସ୍ରାଏଲ କହିଛି ଲେବନାନର ଅସ୍ତ୍ରବିରତି ନେଇ ଆଲୋଚନାରେ ଅଗ୍ରଗତି ହୋଇଛି ।

    ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଡିଓନ ସାର୍ କହିଛନ୍ତି ହିଜବୁଲ୍ଲା ବିରୋଧରେ ଏହାର ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । କୌଣସି ଅସ୍ତ୍ରବିରତି ଚୁକ୍ତି ସମ୍ମୁଖରେ ମୁଖ୍ୟ ଆହ୍ୱାନ ହେବ । ଯଦିଓ ଆଲୋଚନାରେ କିଛି ଅଗ୍ରଗତି ହୋଇଛି କିଛି ପଜିଟିଭ ଆଶା କରାଯାଇପାରେ । ସୀମାଠାରୁ ପ୍ରାୟ ୨୦ ମାଇଲ ଦୂର ଲିଟାନି ନଦୀର ଉତ୍ତରରେ ହିଜବୁଲ୍ଲା ପଛକୁ ହଟିବାକୁ ଇସ୍ରାଏଲ ଚାହୁଁଛି ବୋଲି ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଇସ୍ରାଏଲ ସେନାର ଅଧିକାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    93 %
    1.9kmh
    100 %
    Thu
    29 °
    Fri
    25 °
    Sat
    25 °
    Sun
    28 °
    Mon
    29 °

    ସମ୍ବନ୍ଧିତ