Wednesday, March 25, 2026
37 C
Odisha

    ମୁଁ ତଡ଼ାଖିଆ ଲୋକ: ଜୟନାରାୟଣ ମିଶ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର ବିଷ ଓଗାଳିଛନ୍ତି। ନିଜ ମନ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷକୁ ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସେ ବିଜେପିରେ ଥାଇ ମଧ୍ୟକୁ ଦଳକୁ ପରୋକ୍ଷରେ ତେରଛା ବାଣ ମାରିଛନ୍ତି। ଦିବଙ୍ଗତ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସମୀର ଦେ’ଙ୍କ ଶୋକସଭାରେ ଯୋଗ ଦେଇ ଜୟନାରାୟଣ କହିଛନ୍ତି, ମୁଁ ଜଣେ ତଡ଼ାଖିଆ ଲୋକ। ଜୟନାରାୟଣ ମିଶ୍ର କହିଛନ୍ତି ଯେ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରୁ ତଡା ଖାଇଛି, ବିଜେପିରୁ ମଧ୍ୟ ତଡା ଖାଇଛି। ଏବେ ବିଜେପିରୁ ସାଇଡଲାଇନ ହୋଇ ରହିଛି। ଏହାସହ ପୂର୍ବରୁ ସମୀର ଦେ’ଙ୍କ ସହ ଯାହା ଘଟିଥିଲା ତାହା ଏବେ ମୋ ସହ ଘଟୁଛି। ସମୀରଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା। ତାଙ୍କ ବିରୋଧରେ ଲୋକ ଲଗାଯାଉଥିଲା। ଏବେ ମୋ ବିରୋଧରେ ମଧ୍ୟ ଲୋକ ଲଗାଯାଉଛି। ମୋ ବିରୋଧରେ ଜଣେ ଲୋକ ରହିଛି। ଏହା ପାର୍ଟିର ଯୋଜନା ବଦ୍ଧ କାର୍ଯ୍ୟକ୍ରମ।

    ଜୟନାରାୟଣ ମିଶ୍ର ବିଜେପି ରାଜ୍ୟ ସଭାପତି ରାଜସ୍ୱମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏମିତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ବିଜେପି ନେତୃବୃନ୍ଦଙ୍କ ମଧ୍ୟରେ ସମନ୍ୱୟ ରଖି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ୨୪ ଘଣ୍ଟା ନ ବିତୁଣୁ ଜୟନାରାୟଣ ନିଜର ଅସନ୍ତୋଷ ଝାଡିଛନ୍ତି।

    ପ୍ରଶ୍ନ ଉଠୁଛି, ଜୟନାରାୟଣଙ୍କୁ ଦଳରେ କୋଣଠେସା କରିଛି କିଏ? ଜୟନାରାୟଣଙ୍କ ଗୁରୁତ୍ୱ ବିଜେପିରେ କମାଇଛି କିଏ? ଜୟନାରାୟଣଙ୍କ ପଛରେ କିଏ ଓ କାହିଁକି ଲୋକ ଲଗାଇଛି? ଦଳରେ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବା ନେତା କିଏ? ଜୟନାରାୟଣଙ୍କ ବୟାନ ବିଜେପିର କେଉଁ ନେତାଙ୍କ ଆଡକୁ ଇଙ୍ଗିତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ