Friday, September 11, 2026
23.8 C
Odisha

    ଜଳୁଛି ଓଡ଼ିଶା: ଦିନ ୨ଟା ୩୦ରେ ୪୦ ଡିଗ୍ରି ଉପରେ ୭ ସହର, ଝାରସୁଗୁଡ଼ାରେ ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରବଳ ଖରାରେ ସାରା ଓଡ଼ିଶା ଜଳୁଛି। ସକାଳ ୭ଟାରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହେଉଛି। ଅପରାହ୍ଣ ଯାଏଁ ଏହା ଜାରି ରହୁଛି। ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଗାଁଠୁ ସହର ପର୍ଯ୍ୟନ୍ତ ରାସ୍ତାଘାଟ ଶୂନ୍‌ଶାନ୍‌ ରହୁଛି।  ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ‌ହୋଇଛି। ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୪୩.୫ ଡିଗ୍ରି ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦିନ ୨ଟା ୩୦ରେ ଉଭୟ ସମ୍ବଲପୁର ଓ ହୀରାକୁଦରେ ତାପମାତ୍ରା ୪୩ ଡିଗ୍ରି ଅନୁଭୂତ ହୋଇଛି। ସେହିପରି ରାଉରକେଲାରେ ୪୨, କେନ୍ଦୁଝରରେ୪୧.୮, ଚାନ୍ଦବାଲିରେ ୪୧.୬, ଭୁବନେଶ୍ୱରରେ ୪୦.୫, ବାଲେଶ୍ୱରରେ ୩୯.୬, ପୁରୀରେ ୩୪.୪, ଗୋପାଳପୁରରେ ୩୩.୬ ଓ  ପାରାଦ୍ୱୀପ ତାପମାତ୍ରାରେ ୩୩.୯ ଡିଗ୍ରି ରେକର୍ଡ ହୋଇଛି।ଗ୍ରୀଷ୍ମକଷ୍ଟରେ ପୂରା ଓଡ଼ିଶା ଛଟପଟ ହେଉଥିବା ବେଳେ ଆଞ୍ଚଳିକ ପାଣିପାଗ ବିଭାଗ ଆତଙ୍କିତ କଲା ଭଳି ତଥ୍ୟ ଦେଇଛି। ବିଭାଗ ତରଫରୁ ଆଜି ଜାରି ହୋଇଥିବା ଆକଳନ ଅନୁଯାୟୀ ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ଯାଏଁ ଗ୍ରୀଷ୍ମପ୍ରବାହ ପରିସ୍ଥିତି ଲାଗିରହିବ। ପ୍ରଥମ ସପ୍ତାହରେ ସମ୍ଭାବନା ୬୮ ରୁ ୧୦୦% ଥିବା ବେଳେ ଦ୍ୱିତୀୟ ସପ୍ତାହ ବେଳକୁ ଗ୍ରୀଷ୍ମପ୍ରବାହ ନିମନ୍ତେ ମଧ୍ୟମ ଧରଣର ସମ୍ଭାବନା ସହ ୩୪ ରୁ ୬୭% ସମ୍ଭାବନା ରହିଛି। ଏପଟେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆହୁରି ସପ୍ତାହେ‌ କିମ୍ବା ୧୦ ଦିନ ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଣ୍ଟର ଫର ଏନ୍‌ଭର୍ନମେଣ୍ଟ ଆଣ୍ଡ କ୍ଲାଇମେଟ (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    97 %
    1.7kmh
    98 %
    Fri
    24 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ