Monday, April 6, 2026
31.8 C
Odisha

    ରାଜ୍ୟ ବିଜେଡି ଯୁବ ଉପସଭାପତି ରାକେଶ କୁମାର ନାୟକ ବିଜେପିରେ ସାମିଲ ହେଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୬/୦୪: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଆଜିକୁ ଲଗାଇ ୨୫୨ଟି ମିଶ୍ରଣ ପର୍ବ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିକାଶ ପାଇଁ ଓଡ଼ିଶାବାସୀ ଏବେ ବିଜେଡି ଛାଡି ବିଜେପି ମୁହାଁ ହୋଇଛନ୍ତି । ଓଡ଼ିଶାରେ ବିଜେପି “ଡବଲ ଇଞ୍ଜିନ ସରକାର ଗଠନ” କରିବା ପାଇଁ ପ୍ରତ୍ୟେକ ଦିନ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି ଓ ଆଗକୁ ମଧ୍ୟ ଆହୁରି ଲୋକେ ମିଶିବେ । ନୂତନ କାର୍ଯ୍ୟକର୍ତାମାନେ ପାର୍ଟିର ଶକ୍ତିକୁ ମଜଭୁତ କରିବା ସହ ସୁଦୃଢ଼ କରୁଛନ୍ତି ।
    ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରାଜ୍ୟ ବିଜେଡି ଯୁବ ଉପସଭାପତି ରାକେଶ କୁମାର ନାୟକ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ନାୟକଙ୍କ ସମେତ ପୂର୍ବତନ ବିଧାୟକ ପ୍ରାର୍ଥୀ ଚନ୍ଦ୍ରମଣି ନାୟକ, ଟ୍ରକ ସଂଘ ଉପସଭାପତି ମାନସ ରଞ୍ଜନ ନାୟକ, ପୂର୍ବତନ ୱାର୍ଡ ସଭ୍ୟ ସୀତାଂଶୁ ଶେଖର ବରାଳ, ୱାର୍ଡ ସଭ୍ୟ କ୍ଷେତ୍ରବାସୀ ମଲ୍ଲିକ, ମାନସ ରଞ୍ଜନ ନାୟକ, ସୋମନାଥ ନାୟକ, ପ୍ରବାସ କୁମାର ନାୟକ, ସୁକାନ୍ତ ନାୟକ, ସଦର୍ଶନ ସାହୁ, ସନ୍ଦିପ୍ତ ନାୟକ, ସନ୍ତୋଷ କୁମାର ନାୟକ, ଆୟୁଷ କୁମାର ନାୟକ, ରାଜେଶ କୁମାର ନାୟକ, ମୋହନ କୁମାର ସାମଲ, ରଞ୍ଜିତ କୁମାର ନାୟକ, ରାଜେଶ କୁମାର ନାୟକ, ସୁଧାଂଶୁ ନାୟକ, ରଞ୍ଜନ ନାୟକ, ସ୍ମୃତିରଞ୍ଜନ ନାୟକ, ତାପସ ନାୟକ, ଧନେଶ୍ୱର ବାରିକ, ବିନୋଦ ମାଝୀ, ଚନ୍ଦ୍ରକାନ୍ତ ସାମଲ, ରାହଶ ସାମଲ, ହରିହର ବେହେରା, କୂଳମଣି ସେଠୀ, ପଦ୍ମନାଭ ଦଳାଇ, କାଳିଆ ବେହେରା, ତପନ ସାହୁ, ଭରତ ମଲ୍ଲିକ, ସୁଦାମ ମଲ୍ଲିକ, ଅଶୋକ ମଲ୍ଲିକ, ବିଶ୍ୱରଞ୍ଜନ ସାମଲ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
    ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ମୁଖ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ ।
    ଏହି ମିଶ୍ରଣ ପର୍ବରେ ଯାଜପୁର ଲୋକସଭା ପ୍ରାର୍ଥୀ ରବି ନାରାୟଣ ଜେନା, ରାଜ୍ୟ ସମ୍ପାଦକ ସରୋଜ କର, ସ୍ମୃତିରେଖା ପହି, ମଣ୍ଡଳ ସଭାପତି ହିମାଂଶୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ