Tuesday, February 17, 2026
16.8 C
Odisha

    ପୁଣି ଭାରତକୁ ଟାର୍ଗେଟ କଲେ କାନାଡ଼ା ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ତ ସିଂହ ପାନୁ ହତ୍ୟା ମାମଲାରେ ପୁଣି ଭାରତକୁ ଟାର୍ଗେଟ କରିଛନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ବୁଧବାର ସେ କହିଛନ୍ତି ଯେ, ‘ଏହି ମାମଲାରେ ସମ୍ପୃକ୍ତି ନେଇ ଆମେରିକା ଚେତାବନୀ ଦେବା ପରେ ଭାରତର ସ୍ୱର ବଦଳିଥିଲା।’ ଏହା ପରେ ସେ କହିଛନ୍ତି ‘ଭାରତ ବୋଧହୁଏ ବୁଝି ସାରିଛି ଏହିପରି ଭାବେ ସେମାନେ ତାଙ୍କର ସ୍ୱର ଉପସ୍ଥାପନା କରିପାରିବେ ନାହିଁ। କାନାଡା ବର୍ତ୍ତମାନ ଭାରତ ସହ ଲଢ଼ିବାକୁ ଚାହୁଁ ନାହିଁ ଏବଂ ଲୋକଙ୍କ ସୁରକ୍ଷା ତଥା ଆଇନର ଶାସନ ପାଇଁ ଛିଡା ହେବା ଉପରେ ଗୁରୁତ୍ୱାରୋପ କରିଛି।’ “ଆମେ ଭାରତ ସହ ବାଣିଜ୍ୟ ଚୁକ୍ତି ଉପରେ କାର୍ଯ୍ୟ କରିବାକୁ ଇଛୁକ। ଆମେ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ ରଣନୀତିକୁ ଅଗ୍ରଗତି କରିବାକୁ ଚାହୁଁଛୁ। କିନ୍ତୁ କାନାଡା ପାଇଁ ଲୋକଙ୍କ ଅଧିକାର, ଲୋକଙ୍କ ସୁରକ୍ଷା ତଥା ଆଇନର ଶାସନ ପାଇଁ ଛିଡା ହେବା ଏହାର ମୂଳଦୁଆ ଅଟେ ଏବଂ ତାହା ହିଁ ଆମେ ଆମେ କରିବାକୁ ଯାଉଛୁ ବୋଲି ଟ୍ରୁଡୋ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.8 ° C
    16.8 °
    16.8 °
    61 %
    2.2kmh
    0 %
    Mon
    17 °
    Tue
    32 °
    Wed
    33 °
    Thu
    35 °
    Fri
    36 °

    ସମ୍ବନ୍ଧିତ