Friday, September 25, 2026
25.9 C
Odisha

    କାଳିଆ ଯୋଜନା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ; ଜାଣନ୍ତୁ କ’ଣ କହିଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଜେଡି ସମୟରେ କରାଯାଇଥିବା ‘କାଳିଆ ଯୋଜନା’ ବନ୍ଦ ହେବ କି ନାହିଁ ସେନେଇ ଅନେକଙ୍କ ମନରେ ପ୍ରଶ୍ନ। ବୁଧବାର ଏହି ପ୍ରସଙ୍ଗକୁ ନେଇ ବଡ଼ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ। କାଳିଆ ଯୋଜନା ନେଇ ଉଚ୍ଚସ୍ତରରେ ଆଲୋଚନା ଓ ବିଚାର ବିମର୍ଶ ଚାଲିଛି ବୋଲି ସେ କହିଛନ୍ତି।
    ବିଧାନସଭାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ, ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ପ୍ରଦାନ କରାଯାଉଥିବା ସହାୟତା ରାଶି ଏବଂ ଅନ୍ୟାନ୍ୟ ସୁବିଧା ଆଗାମୀ ଦିନରେ ଜାରି ରହିବ ନା ବନ୍ଦ ହୋଇଯିବ। ଯଦି ଜାରି ରହିବ ତେବେ ଏହାର ପରିମାଣ ବୃଦ୍ଧି ନେଇ ସରକାର କିଛି ନିଷ୍ପତି ନେଇଛନ୍ତି କି ବୋଲି ପଚାରିଥିଲେ। ଏହାର ଉତ୍ତରରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ସିଂଦେଓ କହିଛନ୍ତି, ରାଜ୍ୟରେ କାଳିଆ ଯୋଜନା ସମ୍ପର୍କରେ ଉଚ୍ଚସ୍ତରରେ ଆଲୋଚନା ଓ ବିଚାର ଚାଲିଛି। ଏହାର ନିଷ୍ପତ୍ତି ହେଲା ପରେ ସମସ୍ତ ତଥ୍ୟ ବିଧାୟକଙ୍କୁ ଜଣାଇଦିଆଯିବ।

    ସେହିପରି ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ରାଜ୍ୟ ସରକାରଙ୍କ କାଳିଆ ହିତାଧିକାରୀ ସଂଖ୍ୟା ସାରା ରାଜ୍ୟରେ କେତେ ଏବଂ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ କଲ୍ୟାଣ ଯୋଜନାରେ ହିତାଧିକାରୀ ସଂଖ୍ୟା ରାଜ୍ୟରେ କେତେ ବୋଲି ପ୍ରଶ୍ନ କରିଥିଲେ। ଏହାସହ ସରକାର କାଳିଆ ଯୋଜନାକୁ ବନ୍ଦ କରିବାକୁ ଯୋଜନା କରିଛନ୍ତି କି, ଯଦି କାଳିଆ ଯୋଜନା ବନ୍ଦ ହୁଏ ତେବେ ଏହି ଯୋଜନାରେ ହିତାଧିକାରୀଙ୍କ ନିମନ୍ତେ କି ପ୍ରକାର ଯୋଜନା କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ ସିଂଦେଓ କହିଛନ୍ତି , ରାଜ୍ୟରେ କାଳିଆ ଯୋଜନାରେ ମୋଟ ୪୫ ଲକ୍ଷ ୬୭ ହଜାର ୫୨୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ ଲକ୍ଷ ୧୨ ହଜାର ୧୨୨ ଜଣ ଭୂମିହୀନ କୃଷି ପରିବାରକୁ ଅନ୍ତର୍ଭୁକ୍ତ କରାଯାଇ ସହାୟତା ରାଶି ପ୍ରଦାନ କରାଯାଇଛି। ସେହିପରି ଗତ ଜୁନ୍‌ ୧୮ ରେ ପ୍ରଦାନ କରାଯାଇଥିବା ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତିରେ ରାଜ୍ୟର ୨୯ ଲକ୍ଷ ୭୩ ହଜାର ୯୮୦ ଜଣ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ତେବେ ରାଜ୍ୟରେ କାଳିଆ ଯୋଜନା ସମ୍ପର୍କରେ ଉଚ୍ଚସ୍ତରରେ ଆଲୋଚନା ଓ ବିଚାର ଚାଲିଛି। ଏହାର ନିଷ୍ପତ୍ତି ହେଲା ପରେ ସମସ୍ତ ତଥ୍ୟ ବିଧାୟକଙ୍କୁ ଜଣାଇ ଦିଆଯିବ ବୋଲି ସିଂଦେଓ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    89 %
    4.5kmh
    100 %
    Fri
    26 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ