Saturday, March 14, 2026
28.9 C
Odisha

    ବନ୍ଧୁଙ୍କୁ ରକ୍ତ କର୍କଟ ହେବା ଜାଣି ଦୁଃଖିତ କପିଳ ଦେବ: ସାଥୀ କ୍ରିକେଟରଙ୍କ ଚିକିତ୍ସା ପାଇଁ ନିଜ ପେନସନ ଦାନ କରିବାକୁ କଲେ ଘୋଷଣା

    ଆଗକୁ ପଢନ୍ତୁ

    ବନ୍ଧୁଙ୍କ ପାଇଁ ଚିନ୍ତାରେ ବରିଷ୍ଠ ପୂର୍ବତନ କ୍ରିକେଟର କପିଲ ଦେବ । ସାହାଯ୍ୟ ପାଇଁ ଆଗଇେ ଆସିଲେ ପୂର୍ବତନ କ୍ରିକେଟର । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ତଥା କୋଚ ଅଂଶୁମାନ ଗାୟକୱାଡଙ୍କ ଚିକିତ୍ସା ପାଇଁ ଯଦି ଆବଶ୍ୟକ ପଡେ ତେବେ ନିଜ ପେନସନ ଅର୍ଥ ରାଶି ଦେବେ ବୋଲି ଘୋଷଣା କରିଛନ୍ତି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ତଥା କୋଚ ଅଂଶୁମାନ ଗାୟକୱାଡ ରକ୍ତ କର୍କଟରେ ପୀଡିତ ଥିବାରୁ ତାଙ୍କ ଚିକିତ୍ସା ପାଇଁ ଅଧିକରୁ ଅଧିକ ଅର୍ଥ ଦରକାର । ତେଣୁ ବିସିସିଆଇଠୁ ଆର୍ଥିକ ସହଯୋଗ ଲୋଡିଛନ୍ତି । କପିଲ ଦେବ, ମହିନ୍ଦର ଅମରନାଥ, ସୁନୀଲ ଗାଭାସ୍କର, ସନ୍ଦିପ ପାଟିଲ, ଦିଲ୍ଲୀପ ଭେଂଗସକର, ମଦନଲାଲ, ରବି ଶାସ୍ତ୍ରୀ ଓ କିର୍ତି ଆଜାଦ ବନ୍ଧୁ ଅଂଶୁମାନଙ୍କ ଚିକିତ୍ସା ପାଇଁ ଅର୍ଥଯୋଗାଡ କରୁଛନ୍ତି । ଲଣ୍ଡନରେ ଅଂଶୁମାନ ଗାୟକୱାଡଙ୍କ ଚିକିତ୍ସା ଚାଲିଛି । କପିଲ ଏକଥା ମଧ୍ୟ କହିଛନ୍ତି କି ପୂର୍ବତନ କ୍ରିକେଟରଙ୍କ ପାଇଁ ବିସିସିଆଇ ଏକ ଟ୍ରଷ୍ଟ ଗଠନ କରିବା ଦରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    23 %
    2.9kmh
    0 %
    Sat
    31 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ