Thursday, April 2, 2026
26 C
Odisha

    ପୁଣି ଅସନ୍ତୋଷ ଜାହିର୍‌ କଲେ ଖାରବେଳ: ‘ପ୍ରତାପଙ୍କୁ କନ୍ଧମାଳରୁ ପ୍ରାର୍ଥୀ କରାଯାଉ’

    ଆଗକୁ ପଢନ୍ତୁ

    ବାଲେଶ୍ବର: ବାଲେଶ୍ବର ଲୋକସଭା ଆସନରୁ ଟିକେଟ୍‌ ନ ମିଳିବାରୁ ପୁଣିଥରେ ନିଜର ଅସନ୍ତୋଷ ଜାହିର୍‌ କରିଛନ୍ତି ବିଜେପିର ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ। ପ୍ରତାପ ଷଡ଼ଙ୍ଗୀଙ୍କୁ କନ୍ଧମାଳରୁ ପ୍ରାର୍ଥୀ କରି ତାଙ୍କୁ ବାଲେଶ୍ବରରୁ ପ୍ରତିଦ୍ବନ୍ଦ୍ବିତା ପାଇଁ ସୁଯୋଗ ମିଳୁ ବୋଲି କହିଛନ୍ତି। ଏ ନେଇ ସେ ରାଜ୍ୟ ନେତୃତ୍ବଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ସେପଟେ ଖାରବେଳ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଘୋଷଣା କରିବାପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି ତାଙ୍କୁ ଆଲୋଚନା ପାଇଁ ରାଜ୍ୟ କାର୍ଯ୍ୟାଳୟକୁ ଡାକିଥିବା ସୂଚନା ମିଳିଛି।ନିଜର ପ୍ରତିକ୍ରିୟାରେ ଖାରବେଳ କହିଛନ୍ତି, ‘ଆଜି ସାକ୍ଷାତ କରିବାକୁ ରାଜ୍ୟ କାର୍ଯ୍ୟାଳୟକୁ ଯିବାବେଳେ ସେମାନେ ଦିଲ୍ଲୀ ପଳାଇ ଯାଇଥିଲେ। ରାଜ୍ୟ ସଭାପତି ଶ୍ରୀ ସାମଲ ଦଳର ବରିଷ୍ଠନେତାଙ୍କୁ ପଠାଇ ମୋ ସହ ଆଲୋଚନା କରିବାକୁ ପ୍ରତାପଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ, ସେ ତାହା କଲେନାହିଁ। କନ୍ଧମାଳ ଲୋକସଭା ଆସନ ସହିତ ଆଉ ୨ଟି ଆସନରେ ଏଯାଏ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ। ତେଣୁ କନ୍ଧମାଳରେ ପ୍ରତାପଙ୍କୁ ଓ ମୋତେ ବାଲେଶ୍ବର ଆସନରୁ ପ୍ରାର୍ଥୀ କରାଯିବାକୁ ପ୍ରସ୍ତାବ ଦେବାକୁ ଚାହୁଁଛି। କାରଣ, ୨୦୧୯ ନିର୍ବାଚନରେ ମାତ୍ର ୮ ଦିନ ବାକି ରହିଥିବା ବେଳେ ମୁଁ ମଇଦାନକୁ ଓହ୍ଲାଇ ୩ ଲକ୍ଷ ୧୩ ହଜାର ଭୋଟ୍‌ ପାଇଥିଲି। ମୋ ବିରୋଧରେ ଯିଏ ପ୍ରାର୍ଥୀ ହୋଇଥିଲେ, ସେ କମ୍‌ ଭୋଟ୍‌ରେ ଜିତିଥିଲେ।’ କନ୍ଧମାଳ ଅଞ୍ଚଳରେ ପ୍ରତାପ ଷଡ଼ଙ୍ଗୀ ଆଦୌ ଅପରିଚିତ ରାଜନେତା ନୁହନ୍ତି ବୋଲି କହିଛନ୍ତି ଖାରବେଳ। ସେ ଆହୁରି କହିଛନ୍ତି, ଇତିମଧ୍ୟରେ ବିଜେଡିର କିଛିନେତା ତାଙ୍କ ଦଳରୁ ସାଂସଦ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଛନ୍ତି। ହେଲେ ବିଜେଡିକୁ ଯିବାର ନାହିଁ ବୋଲି ସେମାନଙ୍କୁ ମନା କରିଦେଇଥିବା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ