Saturday, July 27, 2024
24.8 C
Odisha

    ଇଣ୍ଡିଆନ ଓମେନ୍ସ ଲିଗ-୨ : ପୁଣେର କ୍ରୀଡ଼ା ପ୍ରବୋଧିନୀକୁ ୩-୨ରେ ହରାଇଲା ଓଡ଼ିଶାର ନିତା ଫୁଟବଲ ଏକାଡେମୀ

    ଆଗକୁ ପଢନ୍ତୁ

    କୋଲକାତା: କୋଲକାତାର ଅମଲ ଦତ୍ତ କ୍ରୀଡ଼ାଙ୍ଗନଠାରେ ଗୁରୁବାର ଖେଳାଯାଇଥିବା ଇଣ୍ଡିଆନ ଓମେନ୍ସ ଲିଗ-୨ର ଏକ ମ୍ୟାଚରେ ଓଡ଼ିଶାର ନିତା ଫୁଟବଲ ଏକାଡେମୀ ଏକ ଚମତ୍କାର ବିଜୟ ହାସଲ କରିଛି । ଦଳ ପୁଣେର କ୍ରୀଡ଼ା ପ୍ରବୋଧିନୀକୁ ୩-୨ ଗୋଲ ବ୍ୟବଧାନରେ ପରାସ୍ତ କରିଛି । ଏକ ତୀବ୍ର ପ୍ରତିଦ୍ବନ୍ଦ୍ବିକାପୂର୍ଣ୍ଣ ମ୍ୟାଚରେ ନିତା ଏକାଡେମୀର ପ୍ରିୟା ରୁଇ ଦାସ ପ୍ରଥମେ ଗୋଲ କରି ନିଜ ଦଳକୁ ଅଗ୍ରଣୀ କରିଥିଲେ । ଏହା ପରେ ପରେ ନିବେଦିତା ନାୟକ ବି ଏକ ଗୋଲ କରି ଦଳକୁ ୨-୦ରେ ଅଗ୍ରଣୀ କରିଥିଲେ । କିନ୍ତୁ ଏହା ପରେ ପରେ କ୍ରୀଡ଼ା ପ୍ରବୋଧିନୀ ପକ୍ଷରୁ ଲଗାତାର ୨ଟି ଗୋଲ ଦିଆଯାଇଥିଲା । ତେବେ ଶେଷରେ ପ୍ରିୟା ରୁଇ ଦାସ ପୁଣି ଏକ ଗୋଲ ଦେଇ ନିଜ ଦଳ ପାଇଁ ଏକ ଚମତ୍କାର ବିଜୟ ଆଣି ଦେଇଥିଲେ । ଏହି ବିଜୟ ସହ ନିତା ଫୁଟବଲ ଏକାଡେମୀ ବହୁମୂଲ୍ୟ ୩ ପଏଣ୍ଟ ହାସଲ କରି ଆଇଡବ୍ଲୁ-୨ ଚାମ୍ପିଅନସିପ୍ ପାଇଁ ନିଜର ଆଶାକୁ ଉଜ୍ଜଳ କରିଛି । ଦଳ ଏପର୍ଯ୍ୟନ୍ତ ଅପରାଜେୟ ରହିଥିବାରୁ ଗ୍ରୁପ-ବିରେ ପ୍ରଥମ ୨ଟି ସ୍ଥାନରେ ରହିବା ନିଶ୍ଚିତ ମନେହେଉଛି । ଦଳର ଏହି ସଫଳତା ପାଇଁ ନିତା ଫୁଟବଲ ଏକାଡେମୀର ଅଧ୍ୟକ୍ଷ ଇଂ ସୁବ୍ରତ ମହାନ୍ତି ଏକେଡେମୀର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ