Wednesday, October 14, 2026
23 C
Odisha

    ଇ-ନାମ ମଣ୍ଡିରେ ପ୍ରଥମ ଥର ପାଇଁ ବିକ୍ରି ହେଲା ଆଳୁ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଦ୍ଵାରା ପରିଚାଳିତ ଇ-ନାମ ଯୋଜନାରେ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରିତ ବଜାର କମିଟି, ରାଇରଙ୍ଗପୁର ଇ-ନାମ ମଣ୍ଡି ମାଧ୍ୟମରେ ୨୧୯ ଗୋଟି କୃଷିଜାତ ଦ୍ରବ୍ୟ ଗୁଡ଼ିକର ବିକ୍ରୀ ବଟାର ବ୍ୟବସ୍ଥା ରହିଅଛି। ରାଇରଙ୍ଗପୁର କୃଷି ଉପ୍ତାଦକ ସଙ୍ଗଠନ ଯାହାକି ସରକାରଙ୍କ ନାବାର୍ଡ ସଂସ୍ଥା ଅଧୀନରେ ଅନ୍ତର୍ଭୁକ୍ତ ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ଅଟେ ଏବଂ ଏହା ମୋଟ ୬୦ ଚାଷୀଙ୍କୁ ନେଇ ପରିଚାଳିତ। ଉକ୍ତ ଚାଷୀ ସଙ୍ଗଠନ ଆଳୁ କୁ ଇ-ନାମ ଆନ୍ତଃ ରାଜ୍ୟ ବାଣିଜ୍ୟ ପ୍ରକ୍ରିୟା ମାଧ୍ୟମରେ ଉଦଳା ମଣ୍ଡିରେ ବିକ୍ରି କରିଛନ୍ତି। ଏହି କିଣାବିକା ଉଭୟ ମଣ୍ଡିର ବିଶ୍ଳେଷକ ବିନୀତ କୁମାର ମହାପାତ୍ର, ସୌମ୍ୟ ରଞ୍ଜନ ପଣ୍ଡାଙ୍କ ତତ୍ବାବଧାନରେ ହୋଇଥିବାର ସୂଚନା ମିଳିଅଛି। ଘଟଣାସ୍ଥଳରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ମଲିକ, ଉକ୍ତ ସଙ୍ଗଠନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ମହାନ୍ତ ଉପସ୍ଥିତ ରହି ଚାଷୀମାନଙ୍କୁ ଉତ୍ସାହିତ କରିଥିବାର ଦେଖାଯାଇଥିଲା। ଉକ୍ତ କିଣା ବିକା ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ନିୟନ୍ତ୍ରିତ ବଜାର କମିଟି ରାଇରଙ୍ଗପୁର (ଇ-ନାମ ମଣ୍ଡି )ର ସମ୍ପାଦକ ମନୋରଞ୍ଜନ ବେହେରା କହିଥିବା ସୂଚନା ମିଳିଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ