Sunday, March 29, 2026
39.1 C
Odisha

    KIIT ଓ KISS ବିଶ୍ୱବିଦ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଶ୍ରୀଲଙ୍କା ସାଂସଦ ନାମଲ ରାଜପକ୍ଷ

    ଆଗକୁ ପଢନ୍ତୁ

    କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଶ୍ରୀଲଙ୍କା ସାଂସଦ ନାମଲ ରାଜପକ୍ଷ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ପରେଡ ଅଭିବାଦନ ଗ୍ରହଣ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଥିଲେ, ପ୍ରତିବର୍ଷ କିଟ୍ ଓ କିସ୍ ରେ ସାଧାରଣତନ୍ତ୍ର ଦିବସ ଅତି ଆଡ଼ମ୍ବରରେ ପାଳିତ ହୋଇଥାଏ । ପ୍ରତିବର୍ଷ ବିଦେଶରୁ ଜଣେ ଗଣ୍ୟମାନ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥାନ୍ତି । ଚଳିତ ବର୍ଷ ଶ୍ରୀଲଙ୍କା ସାଂସଦ ନାମଲ ରାଜପକ୍ଷ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାର ଗୁରୁତ୍ୱ ବୃଦ୍ଧି କରିଛନ୍ତି ।

    ନାମଲଙ୍କ ସହ ଅନ୍ୟ ୯ଜଣ ଶ୍ରୀଲଙ୍କା ସାଂସଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦ୍‍ବୋଧନ ଦେଇ ନାମଲ କହିଥିଲେ, ଭାରତ ସବୁବେଳେ ଶ୍ରୀଲଙ୍କା ସହ ଜଣେ ବନ୍ଧୁ ଭାବେ ଠିଆ ହୋଇଛି । ଶ୍ରୀଲଙ୍କାରେ ଏକତା ଏକ ସ୍ଲୋଗାନ ନୁହେଁ; ଏହା ହେଉଛି ପ୍ରତିକୂଳ ପରିସ୍ଥିତିକୁ କିଭଳି ଦୂର କରିପାରିବୁ । ଶ୍ରୀଲଙ୍କା ପାଇଁ ଓଡ଼ିଶା ବହୁତ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶା ଶାନ୍ତି ଓ ସଦ୍‍ଭାବନା ପାଇଁ ବିଶ୍ୱ ସ୍ତରରେ ସମ୍ମାନିତ । ଓଡ଼ିଶା କେବଳ ଏକ ରାଜ୍ୟ ନୁହେଁ; ଓଡ଼ିଶା ହେଉଛି ଏକ ବାର୍ତ୍ତା । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ନାମଲ କହିଥିଲେ, ସଂସ୍କୃତି, ପରିଚୟ ଓ ଆଧୁନିକତାକୁ ନେଇ ପରସ୍ପର ସହିତ ଲଢ଼ିବା ଉଚିତ ନୁହେଁ ।

    ଏଗୁଡ଼ିକୁ ନେଇ ସହାବସ୍ଥାନ ସହ ପରସ୍ପରର ସହଯୋଗକୁ ମଜବୁତ କରାଯିବା ଉଚିତ । ବଙ୍ଗୋପସାଗର ବିପରୀତ ପାଶ୍ୱର୍ରେ ଅବସ୍ଥିତ ଶ୍ରୀଲଙ୍କା ଓ ଭାରତ ଇତିହାସ, ସଂସ୍କୃତି ଓ ସ୍ମୃତି ଦ୍ୱାରା ବନ୍ଧା । ଏହି ସହଯୋଗକୁ ଆହୁରି ଦୃଢ଼ କରିବାକୁ ସେ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସ୍ ସୋସାଇଟିର ଉପସଭାପତି ଉମାପଦ ବୋଷ, କିଟ୍ ସମ୍ପାଦକ ମନୋରଞ୍ଜନ ପ୍ରଧାନ, କିସ୍ ସଂପାଦକ ଆର ଏନ ଦାଶ, କିଟ୍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ ପରିଜା, ଉପକୁଳାଧିପତି ଡା ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୂଳପତି ପ୍ରଫେସର କେ ଡି ରାଜୁ, ଉପକୁଳପତି ଡା ସିବିକେ ମହାନ୍ତି, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ପି. କେ. ରାଉତରାୟ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କିଟ୍ , କିସ୍ ଓ କିମ୍‍ସର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ କିଟ୍ ଓ କିସ୍ ର ବିଭିନ୍ନ ସ୍କୁଲ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ