Tuesday, April 14, 2026
40.9 C
Odisha

    KIIT ରେ ହେବ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏପ୍ରିଲ୍‍ ୧୮ ତାରିଖରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଯାଉଥିବା ୬୧ତମ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେରେ ଯୋଗଦେବା ପାଇଁ ପ୍ରତିଯୋଗୀମାନେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । କିଟ୍‍ ଓ କିସ୍‍ ପକ୍ଷରୁ ସେମାନଙ୍କୁ ଆଜି ବିମାନବନ୍ଦରରେ ଉ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମ ଥର ପାଇଁ କୌଣସି ବିଶ୍ୱବିଦ୍ୟାଳୟରେ ଏଭଳି ମେଗା ଇଭେଣ୍ଟ ଆୟୋଜନ କରାଯାଉଛି ।

    ଏହା ସହିତ ଦେଶର ପୂର୍ବାଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର କିଟ୍‍ରେ ଆୟୋଜନ କରାଯାଉଛି । ଆଜି ସେମାନେ ପହଞ୍ଚିବା ପରେ କିଟ୍‍ ଓ କିସ୍‍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେମାନେ ସମସ୍ତେ କିଟ୍‍ କ୍ୟାମ୍ପସରେ ରହିବେ । ଏହା ବ୍ୟତୀତ ଆଜିଠୁ ସାତ ଦିନ ଧରି ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହା ମଧ୍ୟରେ ସେମାନେ ପୁରୀ, କୋଣାର୍କ ଓ ସ୍ଥାନୀୟ ଐତିହ୍ୟସ୍ଥଳ ମଧ୍ୟ ପରିଦର୍ଶନ କରିବେ । ୧୪ ତାରିଖରେ ପଣା ସଂକ୍ରାନ୍ତି ପଡ଼ୁଥିବାରୁ ଏହି ପ୍ରତିଯୋଗୀମାନେ ସମ୍ପୂର୍ଣ୍ଣ ଓଡ଼ିଆ ପରମ୍ପରା ପାଳନ କରିବେ । କିଟରେ ୬୧ତମ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ ଆୟୋଜନ ନେଇ କିଟ୍‍ ବିଶ୍ୱବିଦ୍ୟାଳୟ ଓ ଫେମିନା ମିସ୍ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଫେମିନା ମିସ୍ ଇଣ୍ଡିଆ କର୍ତ୍ତୃପକ୍ଷ ଦୀର୍ଘ ୪ ମାସ ପୂର୍ବରୁ କିଟ୍ ଓ କିସ୍ ପରିଦର୍ଶନ କରି ଏହାର ଭିତ୍ତିଭୂମି ବୁଲି ଦେଖିଥିଲେ । କିଟର ଅତି ସୁନ୍ଦର ଓ ମନୋରମ ଭିତ୍ତିଭୂମି ଦେଖି ଏଠାରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଫେମିନା ମିସ୍ ଇଣ୍ଡିଆ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.9 ° C
    40.9 °
    40.9 °
    12 %
    4.2kmh
    0 %
    Tue
    41 °
    Wed
    43 °
    Thu
    44 °
    Fri
    44 °
    Sat
    43 °

    ସମ୍ବନ୍ଧିତ