Wednesday, February 11, 2026
30.7 C
Odisha

    KISS ର ଚାରି ଛାତ୍ର ଭାରତୀୟ ସୀମା ସୁରକ୍ଷା ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବାହିନୀରେ ନିଯୁକ୍ତି ପାଇଁ ମନୋନୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିସ୍‍ର ଚାରିଜଣ ଛାତ୍ର ଭାରତୀୟ ସୀମା ସୁରକ୍ଷା ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବାହିନୀରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି । କିସ୍‍ର ଦ୍ୱିତୀୟ ବର୍ଷ ବିଜ୍ଞାନ ସ୍ନାତକୋତ୍ତର ଛାତ୍ର ଗୁଣନିଧି କିଷାନ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍‍)ପାଇଁ ମନୋନୀତ ହୋଇଛନ୍ତି । ତାଙ୍କ ସହ ପ୍ରଥମ ବର୍ଷ ବାଣିଜ୍ୟ ସ୍ନାତକୋତ୍ତର ଛାତ୍ର ରଞ୍ଜନ ମାଝୀ ମଧ୍ୟ ସିଆରପିଏଫ୍‍ ପାଇଁ ସଫଳତାର ସହ ନିଯୁକ୍ତି ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ୱିତୀୟ ବର୍ଷ ବାଣିଜ୍ୟ ସ୍ନାତକୋତ୍ତର ଛାତ୍ର ଚିତ୍ରସେନ ମାଝୀ ସୀମା ସୁରକ୍ଷା ବାହିନୀ (ବି.ଏସ୍ .ଏଫ୍ .) ରେ ନିଯୁକ୍ତି ପାଇଁ ଯୋଗ୍ୟତା ହାସଲ କରିଥିବାବେଳେ ତୃତୀୟ ବର୍ଷ କଳା ସ୍ନାତକ ଛାତ୍ର ଅଜିତ ମାର୍ଡି ବି.ଏସ୍ . ଏଫ୍ . ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

    ଗୁଣନିଧି ଝାରସୁଗୁଡା ଜିଲ୍ଲାର କିରମିରା ବ୍ଲକର ଭାଲୁପାତ୍ରା ଗାଁରୁ ଆସି କିସ୍ ରେ ପଢ଼ୁଥିବା ବେଳେ ରଞ୍ଜନ ରାୟଗଡା଼ ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ବାରଙ୍ଗପାସ ଗାଁରୁ ଆସି କିସ୍ ରେ ପଢ଼ୁଥିଲେ । ଚିତ୍ରସେନ ବଲାଙ୍ଗୀର ଜିଲ୍ଲା ଖାପ୍ରାଖୋଲ ବ୍ଲକର ତେଲେନପାଲି ଗାଁର ହୋଇଥିବାବେଳେ ଅଜିତ ମଲକାନଗିରି ଜିଲ୍ଲାର ସଦର ବ୍ଲକର ଚାଲନଗୁଡ଼ାରୁ ଆସି କିସ୍ ରେ ପାଠ ପଢ଼ୁଛନ୍ତି । ଏଥିରେ ଖୁସି ବ୍ୟକ୍ତ କରି କିଟ୍ ଏବଂ କିସ୍ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ ଏହି ଚାରିଜଣ ସଫଳ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଛାତ୍ରଙ୍କ ସଫଳତା କିସ୍‍ର ଅନ୍ୟ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବ ଓ ରାଷ୍ଟ୍ର ନିର୍ମାଣରେ ଅର୍ଥପୂର୍ଣ୍ଣ ଯୋଗଦାନ ରହିବ ବୋଲି ଡ. ସାମନ୍ତ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    15 %
    2.7kmh
    0 %
    Wed
    32 °
    Thu
    32 °
    Fri
    33 °
    Sat
    34 °
    Sun
    34 °

    ସମ୍ବନ୍ଧିତ