Monday, September 14, 2026
28.8 C
Odisha

    ରାଜ୍ୟ ‘ବିଜେପି’ର ସଂକଳ୍ପ ପତ୍ର: କ୍ଷମତାକୁ ଆସିଲେ ଓଡ଼ିଶାର ବ୍ୟାପକ ବିକାଶ ନେଇ ଦେଲା ଏମିତି ପ୍ରତିଶ୍ରୁତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ବିଜେପିର ସଂକଳ୍ପ ପତ୍ର ରବିବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏହାକୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଉନ୍ମୋଚନ କରିଛନ୍ତି। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ କେଉଁ କାମକୁ ପ୍ରାଧାନ୍ୟ ଦେବ, ସଂକଳ୍ପ ପତ୍ର ମାଧ୍ୟମରେ ପ୍ରତିଶ୍ରୁତି ଦେଇଛି।

    ଜାଣନ୍ତୁ ବିଜେପି ସଂକଳ୍ପ ପତ୍ରରେ କ’ଣ ରହିଛି
    -ଓଡ଼ିଶାରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ
    -୭୫ ହଜାର କିମି ନୂଆ ରାସ୍ତା ନିର୍ମାଣ
    -୨୦୨୯ ପୂର୍ବରୁ ୩.୫ ଲକ୍ଷ ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ
    -ଭୁବନେଶ୍ୱର, ରାଉରକେଲା, ବାଲେଶ୍ୱର, ବ୍ରହ୍ମପୁରରେ ଆଇଟି ପାର୍କ
    -ଖାଲି ଥିବା ଦେଢ଼ ଲକ୍ଷ ସରକାରୀ ପଦବି ପୂରଣ
    -କଟନୀ ଛଟନୀ ସଂପୂର୍ଣ୍ଣ ଭାବେ ବନ୍ଦ
    -ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା: ୫୦ ହଜାର ଟଙ୍କା ସହାୟତା
    -ପ୍ରତି ବଡ଼ ସହରରେ ଓଡ଼ିଶା ଭବନ ନିର୍ମାଣ
    -ଆଗାମୀ ୩ ବର୍ଷରେ ୨୫ ଲକ୍ଷ ଲକ୍ଷପତି ଦିଦି
    -ଚିଟ୍ଫଣ୍ଡ ପଇସା ୧୮ ମାସ ମଧ୍ୟରେ ଫେରସ୍ତ
    -ଖଣିରୁ ମିଳୁଥିବା ଲାଭ ଓଡ଼ିଶାର ବିକାଶ ପାଇଁ ବିନିଯୋଗ
    -ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କା

    -ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲାଯିବ
    -ହଜିଥିବା ଚାବିର ତଦନ୍ତ ହେବ
    -ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ
    -କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର
    -ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବ

    -ଚାଷୀଙ୍କୁ ଧାନ କ୍ରୟର ୪୮ ଘଣ୍ଟା ମଧ୍ୟରେ ପଇସା
    -ଦୁର୍ନୀତି ସମାପ୍ତ କରିବୁ
    -ଦୁର୍ନୀତି ନେଇ ଶୂନ୍ୟ ସହନଶୀଳ ନୀତି
    – କେନ୍ଦୁପତ୍ର ବିଡ଼ା ୨ଟଙ୍କା, ବୋନସ ୩୫ ପ୍ରତିଶତ
    -ଆଉ ୫ ବର୍ଷ ମାଗଣା ଚାଉଳ
    -ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ
    -ରହିବନି ଚାଳ ଘର, ସମସ୍ତଙ୍କୁ ପକ୍କାଘର
    -ସବୁ ଚାଷ ଜମିକୁ ଜଳସେଚନ
    -ସବୁ ଜିଲ୍ଲାରେ ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା
    -ସମ୍ବଲପୁରରେ ରାଜ୍ୟର ଦ୍ବିତୀୟ ଏମ୍ସ

    କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାରୁ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଭୂପିନ୍ଦର ଯାଦବ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ରାଜ୍ୟ ପ୍ରଭାରୀ ବିଜୟ ସିଂହ ତୋମାର, ରାଜ୍ୟ ସଭାପତି ମନମୋହନ ସାମଲ, ଉପସଭାପତି ପୃଥ୍ବୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    73 %
    0.4kmh
    58 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ