Sunday, March 29, 2026
39.1 C
Odisha

    ହୃଦୟ ଏବଂ ଅସ୍ଥିକୁ ସୁସ୍ଥ ରଖେ ଭିଟାମିନ-କେ; ଏହି ସବୁ ଖାଦ୍ୟ କରନ୍ତୁ ସେବନ

    ଆଗକୁ ପଢନ୍ତୁ

    ସ୍ୱାସ୍ଥ୍ୟ ପାଇଁ ଭିଟାମିନ, ପ୍ରୋଟିନ ଏବଂ ମିନେରାଲ୍ସ ନିହାତି ଆବଶ୍ୟକ। ବିଭିନ୍ନ ପ୍ରକାର ଭିଟାମିନ ମଧ୍ୟରୁ ଭିଟାମିନ-କେ ସ୍ୱାସ୍ଥ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ଭିଟାମିନ ହୃଦୟ ଏବଂ ଅସ୍ଥି ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ। ଖାଦ୍ୟ ମାଧ୍ୟମରେ କିପରି ଭିଟାମିନ-କେ ଅଭାବକୁ ଦୂର କରିବେ, ଜାଣନ୍ତୁ…

    ବ୍ରୋକୋଲି 
    ବ୍ରୋକୋଲି ପୋଷକ ତତ୍ତ୍ୱର ଏକ ଭଣ୍ଡାର। ଏଥିରେ ଭିଟାମିନ-କେ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ। ଏହା ସହିତ ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୂର ବ୍ରୋକଲି। ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ ଅସ୍ଥି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ତେଣୁ ଡାଏଟରେ ବ୍ରୋକଲି ଆଡ୍ କରନ୍ତୁ।

    ବ୍ରୁସେଲ୍ସ ସ୍ପ୍ରାଉଟ୍ସ
    ଛୋଟ ସବୁଜ ରଙ୍ଗର କୋବି ପରି ଦେଖାଯାଉଥିବା ଏହି ପରିବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ଏଥିରୁ ଭିଟାମିନ-କେ ସହ ପ୍ରୋଟିନ୍ ଏବଂ ଭିଟାମିନ-ସି ମଧ୍ୟ ଥାଏ, ଯାହା ହୃଦୟ ପାଇଁ ଜରୁରୀ।

    ପାଳଙ୍ଗ 
    ଆମେ ଜାଣୁ ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ। ବିଶେଷ କରି ପତ୍ରଯୁକ୍ତ ପରିବା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ପାଳଙ୍ଗରୁ ଭିଟାମିନ-କେ ବ୍ୟତୀତ ଭିଟାମିନ-ଏ ଏବଂ ଫାଇବର ମିଳିଥାଏ। ପାଳଙ୍ଗରେ ଥିବା ଏହି ଉପାଦେୟ ଆଖି ଏବଂ ହଜମ ପାଇଁ ଲାଭଦାୟକ।

    ବନ୍ଧାକୋବି
    ଏଥିରେ ଭିଟାମିନ-କେ ଏବଂ ଫାଇବର ପ୍ରଚୁର ପରିମାଣରେ ଥାଏ। କୋଲେଷ୍ଟ୍ରଲ ହ୍ରାସ କରିବାରେ ବନ୍ଧାକୋବି ସହାୟକ ହୋଇପାରେ। କୋଲେଷ୍ଟ୍ରଲ ହ୍ରାସ ପାଇଲେ ନିଶ୍ଚିତ ରୂପେ ହୃଦୟ ସୁସ୍ଥ ବଜାୟ ରହିବ।

    କାଲେ
    କାଲେ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଭିଟାମିନ-କେ ସହିତ ଭିଟାମିନ-ଏ, ବି ଏବଂ ସି ରହିଥାଏ, ଯାହା ଆଖି ଏବଂ ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ। କାଲେରେ ଫାଇବର ଥିବା କାରଣରୁ ଏହା ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ