Monday, April 6, 2026
25.5 C
Odisha

    ହସ୍ପିଟାଲରେ ଦୁଷ୍କର୍ମ ପୀଡ଼ିତା ଝିଅକୁ ଦେଖିବା ପରେ ଟ୍ରେନି ମହିଳା ଡାକ୍ତରାଣୀ ମା’ଙ୍କ ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:  କୋଲକାତାର ଆରଜି କର ହସ୍ପିଟାଲର ସେମିନାର ରୁମରୁ ଅଗଷ୍ଟ ୯ ତାରିଖରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ବିକ୍ଷୋଭ ଚାଲିଛି। ପଶ୍ଚିମବଙ୍ଗରେ ଚାଲିଥିବା ବିକ୍ଷୋଭକୁ ବେଙ୍ଗଲ ସରକାର ଅଟକାଇବାକୁ ଚେଷ୍ଟା କରୁଥିବା ପୀଡ଼ିତାଙ୍କ ବାପା ଅଭିଯୋଗ କରୁଥିବା ବେଳେ ମା’ ଦେଇଛନ୍ତି ଏଭଳି ଚାଞ୍ଚଲ୍ୟକର ପ୍ରତିକ୍ରିୟା। ପୀଡିତାଙ୍କ ମା କହିଛନ୍ତି ଯେ,‘ ମୋ ଝିଅ ଆଉ ଏ ଦୁନିଆରେ ନାହିଁ ବୋଲି ଖବର ପାଇବା ପରେ ମୁଁ ଡାକ୍ତରଖାନାରେ ପହଞ୍ଚିଲି। ସେତେବେଳେ ମୋତେ ମୃତଦେହ ଦେଖିବା ପାଇଁ ଅନୁମତି ଦିଆଯାଇ ନଥିଲା ଏବଂ ଯେତେବେଳେ ମୁଁ ଅନୁମତି ପାଇଲି ଏବଂ ଦେଖିଲି, ତାର ପ୍ୟାଣ୍ଟ ଖୋଲାଥିଲା, ଦେହରେ କେବଳ ଗୋଟିଏ କପଡା ପଡ଼ିଥିଲା। ହାତ ଭାଙ୍ଗିକି ଝୁଲୁଥିଲା। ପାଟି ଓ ଆଖିରୁ ରକ୍ତ ବାହାରୁଥିଲା । ଭଗବାନଙ୍କୁ ଏତିକି ପ୍ରାର୍ଥନା କି ପ୍ରଭୁ ଏମିତି ଘଟଣା କୌଣସି ଝିଅ ସହିତ ନଘଟୁ। ’

    ଏପଟେ କୋଲକତା ଡାକ୍ତରଙ୍କୁ ଦୁଷ୍କର୍ମ-ହତ୍ୟା କରାଯିବା ମାମଲା ସାମ୍ନାକୁ ଆସିବା ପରେ ଡାକ୍ତରମାନେ ଦିଲ୍ଲୀ ନିର୍ମାଣି ଭବନ ସମ୍ମୁଖରେ ଅଭିନବ ପ୍ରତିବାଦ କରିଛନ୍ତି । ଅର୍ଥାତ ଆଜିଠୁ ରାସ୍ତାରେ ରେସିଡେଣ୍ଟ ଡାକ୍ତରମାନେ ମାଗଣା ଓପିଡି ସେବା ପ୍ରଦାନ କରିବେ।

    ଦିଲ୍ଲୀ ଏମ୍ସ ସହ ଅନ୍ୟ ଡାକ୍ତରଖାନାର ଡାକ୍ତର ମାନେ ଏହି ଆନ୍ଦୋଳନରେ ସାମିଲ ହୋଇ କହିଛନ୍ତି, ‘ ଯେପର୍ଯ୍ୟନ୍ତ ସୁନିଶ୍ଚିତ ସୁରକ୍ଷା ବ୍ୟବସ୍ଥା ମିଳି ନାହିଁ। ସେପର୍ଯ୍ୟନ୍ତ ରାସ୍ତାରେ ଓପିଡି ସେବା ଜାରି ରହିବ ବୋଲି ସୂଚନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ