Saturday, September 26, 2026
24.4 C
Odisha

    କୃଷ୍ଣା ମହାନ୍ତି ପାଇବେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର

    ଆଗକୁ ପଢନ୍ତୁ

    ଓଡ଼ିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତି କୃଷ୍ଣା ମହାନ୍ତି ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହେବେ। ୨୦୨୩ ବର୍ଷ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ।  ଗାନ୍ଧୀ ତଥା ସର୍ବୋଦୟ ବିଚାରର ସର୍ବୋଚ୍ଚ ସଂଗଠନ ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ରାଜସ୍ଥାନର ଜୟପୁରଠାରେ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସର୍ବ ସମ୍ମତକ୍ରମେ ଶ୍ରୀମତି ମହାନ୍ତିଙ୍କୁ ଏହି ସମ୍ମାନ ଦେବା ପାଇଁ ନିମନ୍ତେ ନିଷ୍ପତ୍ତି ହୋଇଛି। ସର୍ବ ସେବା ସଂଘର ଆଗାମୀ ରାଷ୍ଟ୍ରୀୟ ଅଧିବେଶନରେ କୃଷ୍ଣା ମହାନ୍ତିଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା ନିମନ୍ତେ ସମ୍ମାନ ପତ୍ର ଓ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦନ ପାଲ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି।

    କୃଷ୍ଣା ମହାନ୍ତି ହେଉଛନ୍ତି ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କର କନିଷ୍ଠ କନ୍ୟା ତଥା ମାଆ ରମାଦେବୀ ଓ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଝିଆରୀ। ଭାରତ ଛାଡ଼ ଆନ୍ଦୋଳନ କାଳରେ ତାଙ୍କର ସମଗ୍ର ପରିବାର ଜେଲରେ ଥିବାବେଳେ ଛୋଟ ଝିଅ କୃଷ୍ଣା ମଧ୍ୟ ମାଆଙ୍କ ସହ କଟକ ଜେଲରେ କିଛିକାଳ ବିତାଇଥିଲେ। ଜେଲରୁ ବାହାରିବା ପରେ ମହାତ୍ମା ଗାନ୍ଧୀ ତାଙ୍କୁ ତାଙ୍କ ସେବାଗ୍ରାମ ଆଶ୍ରମରେ ରଖିଥିଲେ। କୃଷ୍ଣାଙ୍କର ବଡବାପା ଗୋପବନ୍ଧୁ ଚୌଧୁରୀ ସର୍ବ ସେବା ସଂଘର ପ୍ରତିଷ୍ଠାତା ସମ୍ପାଦକ ଥିବାବେଳେ ବଡଭାଇ ମନମୋହନ ସଂଘର ସଭାପତି ଥିଲେ । ବାପା ନବକୃଷ୍ଣ ମଧ୍ୟ ମୁଖ୍ୟମନ୍ତ୍ରୀତ୍ଵ ଛାଡି ଏହାର ସଭାପତି ପଦ ମଣ୍ଡନ କରିଥିଲେ। ଚଉରାଅଶୀ ବର୍ଷୀୟା କୃଷ୍ଣା ମହାନ୍ତି ସମ୍ପ୍ରତି ଅନୁଗୋଳସ୍ଥିତ ବାଜି ରାଉତ ଛାତ୍ରାବାସରେ ଅବସ୍ଥାନ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    94 %
    2.9kmh
    100 %
    Fri
    24 °
    Sat
    30 °
    Sun
    29 °
    Mon
    29 °
    Tue
    30 °

    ସମ୍ବନ୍ଧିତ