Thursday, September 10, 2026
24 C
Odisha

    ‘ମିସ୍ ୱାର୍ଲ୍ଡ-୨୦୨୪’ ହେଲେ ଚେକ୍ ରିପବ୍ଲିକର କ୍ରିଷ୍ଟିନା ପିଜକୋଭା

    ଆଗକୁ ପଢନ୍ତୁ

    ମିସ୍ ୱାର୍ଲ୍ଡ-୨୦୨୪ ଘୋଷଣା କରାଯାଇଛି। ମିସ୍ ଚେକ୍ ରିପବ୍ଲିକ୍ କ୍ରିଷ୍ଟିନା ପିଜକୋଭା ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଛନ୍ତି। ଏଥର ମିସ୍ ୱାର୍ଲ୍ଡରେ ନିରାଶ ହୋଇଛି ଭାରତ । ଭାରତର ସିନି ସେଟ୍ଟୀ ଟପ୍-୪ରେ ମଧ୍ୟ ସ୍ଥାନ ପାଇ ପାରିନଥିଲେ ଏବଂ ପ୍ରତିଯୋଗିତାରୁ ବାଦ୍ ପଡିଥିଲେ । ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦୦ରୁ ଅଧିକ ଦେଶରେ ଏହାର ସିଧା ପ୍ରସାରଣ କରାଯାଇଥିଲା। ୨୮ ବର୍ଷ ପରେ ଭାରତରେ ଆୟୋଜିତ ହେଲା ମିସ୍ ୱାର୍ଲ୍ଡ ସୌନ୍ଦର୍ୟ୍ୟ ପ୍ରତିଯୋଗିତା। ଏଥିରେ ସିନି ସେଟ୍ଟୀ ମିସ୍ ୱାର୍ଲ୍ଡ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ସିନି ସେଟ୍ଟୀ ମିସ୍ ଇଣ୍ଡିଆ-୨୦୨୨ର ବିଜେତା ଥିଲେ। ଏହି ପ୍ରତିଯୋଗିତାରେ ୧୧୫ରୁ ଅଧିକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୋଲାଣ୍ଡର ମିସ୍ ୱାର୍ଲ୍ଡ -୨୦୨୨ କାରୋଲିନା ବିଲାୱସ୍କା କ୍ରିଷ୍ଟିନାଙ୍କୁ ମିସ୍ ୱାର୍ଲ୍ଡ ୨୦୨୪ ର ମୁକୁଟ ପିନ୍ଧାଇଥିଲେ ।
    କ୍ରିଷ୍ଟିନା ବର୍ତ୍ତମାନ ଆଇନ ଏବଂ ବିଜନେସ୍ ଆଡମିନିଷ୍ଟ୍ରେସନ୍ ଉପରେ ଅଧ୍ୟୟନ କରୁଛନ୍ତି । ସେ ଜଣେ ଅନ୍ତର୍ଜାତୀୟ ମଡେଲ ମଧ୍ୟ ଅଟନ୍ତି । ସେ କ୍ରିଷ୍ଟିନା ପାଇସ୍କୋଭା ଅନୁଷ୍ଠାନ ମଧ୍ୟ ପ୍ରତିଷ୍ଠାନˆରିଛନ୍ତି। ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ ଅନୁଯାୟୀ, ସେ ତାଞ୍ଜାନିଆରେ ଗରିବ ପିଲାମାନଙ୍କ ପାଇଁ ଏକ ଇଂରାଜୀ ସ୍କୁଲ ଖୋଲିଛନ୍ତି । ଖାଲି ସେତିକି ନୁହେଁ, ଏଠାରେ ସେ ପିଲାଙ୍କ ମାଗଣା ଶିକ୍ଷା ପାଇଁ ସ୍ୱେଚ୍ଛାସେବୀ ଭାବେ ମଧ୍ୟ କାର୍ୟ୍ୟ ଚଳାଇଛନ୍ତି । କ୍ରିଷ୍ଟିନାଙ୍କ ସ୍ୱପ୍ନ ହେଉଛି ଶିକ୍ଷା କ୍ଷେତ୍ରରେ ଆଗକୁ କାମ କରିବା ଏବଂ ବଞ୍ଚିତ ଏବଂ ଅସହାୟ ପିଲାଙ୍କୁ ସାହାଯ୍ୟ କରିବା । କ୍ରିଷ୍ଟିନାଙ୍କ ସଂଗଠନ କେବଳ ପିଲାମାନଙ୍କ ପାଇଁ ନୁହେଁ ବରଂ ବୟସ୍କ ଏବଂ ମାନସିକ ବିକାରଗ୍ରସ୍ତ ଲୋକଙ୍କ ପାଇଁ ମଧ୍ୟ ଅନେକ ଶିକ୍ଷାଗତ କାର୍ୟ୍ୟକ୍ରମ ଉପରେ ଧ୍ୟାନ ଦେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    1.6kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ