Friday, April 3, 2026
27.1 C
Odisha

    ଚାକିରି ବଦଳରେ ଜମି ମାମଲା: ଇଡି ଚାର୍ଜସିଟ୍‌ରେ ରାବ୍ରି ଦେବୀ, ମିସା ଭାରତୀ ଓ ହେମା ଯାଦବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିହାରର ବହୁ ଚର୍ଚ୍ଚିତ ଚାକିରି ବଦଳରେ ଜମି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ନୂତନ ଚାର୍ଜସିଟ ଦାଖଲ କରିଛି। ଇଡିର ନୂତନ ଚାର୍ଜସିଟରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ, ତାଙ୍କ ଝିଅ ମିସା ଭାରତୀ, ହେମା ଯାଦବ, ହୃଦୟାନନ୍ଦ ଚୌଧୁରୀ ସମେତ ଅମିତ କଲ୍ୟାଣଙ୍କ ସାମିଲ୍‌ ରହିଛି। ଏହି ମାମଲାରେ ଇଡି ଦୁଇଟି କମ୍ପାନିକୁ ବି ଅଭିଯୁକ୍ତ ବୋଲି କହିଛି। ଇଡି ଏହି ଚାର୍ଜସିଟ୍ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଦାଖଲ କରିଛି। ଜାନୁଆରି ୧୬ରେ ଏହି ମାମଲାର ଶୁଣାଣି କରିବେ। ସୂତ୍ରରୁ ପ୍ରକାଶ ଯେ ଏହି ଚାର୍ଜସିଟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ଜଣେ ‘ଘନିଷ୍ଠ ସହଯୋଗୀ’ ଅମିତ କଲ୍ୟାଣ, କିଛି ଅନ୍ୟ ବ୍ୟକ୍ତି ଏବଂ ଏକ କମ୍ପାନିର ନାମ ରହିଛି।
    ଗତବର୍ଷ ନଭେମ୍ବରରେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଡକାଯାଇଥିବା ବେଳେ ଇଡି ଏହି ମାମଲାରେ କଲ୍ୟାଣଙ୍କୁ ଗିରଫ କରିଥିଲା। କିନ୍ତୁ ସେମାନେ ଏପର୍ଯ୍ୟନ୍ତ ଜେରାରେ ଯୋଗ ଦେଇନାହାଁନ୍ତି।
    ଅଭିଯୋଗ ହୋଇଛି ଯେ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଅନେକ ଲୋକ ଭାରତୀୟ ରେଳବାଇର ବିଭିନ୍ନ ଜୋନରେ ‘ଗ୍ରୁପ୍ ଡି’ ପଦବୀରେ ନିଯୁକ୍ତ ହୋଇଥିଲେ ଏବଂ ଏହାର ପ୍ରତିବଦଳରେ ଏହି ଲୋକମାନେ ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ  ଯାଦବ ଜମି ଲାଞ୍ଚ ଆକାରରେ ଗ୍ରହଣ କରୁଥିଲେ। ସିବିଆଇ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିସାରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    47 %
    2.1kmh
    0 %
    Thu
    27 °
    Fri
    40 °
    Sat
    39 °
    Sun
    36 °
    Mon
    37 °

    ସମ୍ବନ୍ଧିତ