Sunday, September 6, 2026
23.6 C
Odisha

    ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଝଟକା, ଲଢ଼ିପାରିବେନି ନିର୍ବାଚନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମେ ୯ରେ ହୋଇଥିବା ହିଂସାକାଣ୍ଡ ସହ ଜିଏଚ୍‌କ୍ୟୁ ଆକ୍ରମଣ ମାମଲାରେ ଗିରଫ କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ରାୱଲପିଣ୍ଡିରେ ଆତଙ୍କବାଦ ବିରୋଧୀ କୋର୍ଟ (ଏଟିସି) ଜିଏଚ୍‌କ୍ୟୁ ଆକ୍ରମଣ ମାମଲା ସହ ମେଟ୍ରୋ ଷ୍ଟେସନରେ ଅଗ୍ନିକାଣ୍ଡ ଏବଂ ହିଂସା ସୃଷ୍ଟି କରିବା ଘଟଣାରେ ଖାନଙ୍କୁ ହାଜର ହେବାକୁ କୁହାଯାଇଥିଲା | ତେବେ ସେ ଅନଲାଇନ ମାଧ୍ୟମରେ କୋର୍ଟରେ ଯୋଗ ଦେଇଥିଲେ କାରଣ ସୁରକ୍ଷା ଦୃଷ୍ଟିରୁ ସେ କୋର୍ଟରେ ହାଜର ହୋଇପାରିନଥିଲେ। ଶୁଣାଣି ସମୟରେ ଆରଏ ବଜାର ପୁଲିସ ଷ୍ଟେସନ ପକ୍ଷରୁ ଇମ୍ରାନଙ୍କୁ ରିମାଣ୍ଡରେ ନେବାକୁ ଅନୁରୋଧ କରାଯାଇଥିଲା, ତେବେ ବିଚାରପତି ମଲିକ ଇଜାଜ ଆସିଫ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଖାନଙ୍କୁ ଜେଲରେ ପଚରାଉଚରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁୟାରୀ ୨୩, ୨୦୨୪ରେ ଧାର୍ଯ୍ୟ ହୋଇଥିବା ପରବର୍ତ୍ତୀ ଶୁଣାଣିରେ ଯୁକ୍ତି ଏବଂ ପ୍ରମାଣ ଉପସ୍ଥାପନ କରିବାକୁ ବିଚାରପତି ନୋଟିସ୍ ଜାରି କରିଛନ୍ତି। ଇମ୍ରାନ ଖାନଙ୍କୁ ମେ ୯, ୨୦୨୩ ରେ ଇସଲାମାବାଦ ହାଇକୋର୍ଟ ପରିସରରୁ ଗିରଫ କରାଯାଇଥିଲା। ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ଖାନ ବିଦେଶରୁ ବେଆଇନ ଉପହାର ଏବଂ ସମ୍ପତ୍ତି ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଥିଲା। ମେ ୯ ରେ ତାଙ୍କୁ ଗିରଫ କରାଯିବା ପରେ ପାକିସ୍ତାନରେ ବିରୋଧ ଓ ଦଙ୍ଗା ଆରମ୍ଭ ହୋଇଥିଲା |

    ତାଙ୍କ ସମର୍ଥକ ତଥା ଦଳର କର୍ମୀମାନେ ତାଙ୍କ ମୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଥିଲେ | ଏହି ସମୟରେ ଇମ୍ରାନଙ୍କ ସମର୍ଥକମାନେ ଲାହୋରର ଜେନେରାଲ ମୁଖ୍ୟାଳୟ (ଜିଏଚ୍‌କେ) ଉପରେ ଆକ୍ରମଣ କରିଥିଲେ। ଏହି ଦଙ୍ଗା ପାଇଁ ଇମ୍ରାନ ଖାନଙ୍କୁ ଦାୟୀ କରାଯାଇଥିଲା ଏବଂ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ଏହା ବ୍ୟତୀତ ଆତଙ୍କବାଦ ନିରୋଧୀ ଆଇନ (ଏଟିଏ) ଏବଂ ଅନ୍ୟାନ୍ୟ ଆଇନ ଅନୁଯାୟୀ ୫ ହଜାର ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ଇମ୍ରାନ ଏବେ ପୁଣି ଗିରଫ ହୋଇଥିବାରୁ ନିର୍ବାଚନରେ ଲଢ଼ିପାରିବେ ନାହିଁ ବୋଲି ଜଣାପଡିଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    91 %
    1.2kmh
    12 %
    Sun
    31 °
    Mon
    31 °
    Tue
    31 °
    Wed
    30 °
    Thu
    28 °

    ସମ୍ବନ୍ଧିତ