Friday, June 5, 2026
34.6 C
Odisha

    ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ

    ଆଗକୁ ପଢନ୍ତୁ

    ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଗଲେ ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ । ଝାରସୁଗୁଡାର କଟାପାଲି ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଛି । ବ୍ରଜରାଜନଗର ପଟୁ ଆସୁଥିବା ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା ଏକ ଟ୍ରାକ୍ଟର । ଫଳରେ ଭାରସ୍ୟାମ ହରାଇ ଆମ୍ବୁଲାନ୍ସଟି ରାସ୍ତାକଡରେ ଓଲଟି ପଡିଥିଲା । ଆମ୍ବୁଲାନ୍ସରେ ଜଣେ ରୋଗୀଙ୍କ ସହ ଦୁଇ ଜଣ ଆଟେଣ୍ଡାଣ୍ଟ ଥିଲେ । ଦୁର୍ଘଟଣାରେ ସେମାନେ ସାମନ୍ୟ ଆହତ ହୋଇଛନ୍ତି । ଖବର ପାଇଁ ସଦର ଥାନା ପୁଲିସ ଘଟଣାସ୍ଥଳରୁ ରୋଗୀ ଓ ରୋଗୀ ସଂପର୍କୀୟଙ୍କୁ ଉଦ୍ଧାର କରି ଅନ୍ୟ ଏକ ଗାଡିରେ ଡାକ୍ତରଖାନାକୁ ପଠାଇଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.6 ° C
    34.6 °
    34.6 °
    38 %
    0.9kmh
    78 %
    Fri
    40 °
    Sat
    41 °
    Sun
    42 °
    Mon
    43 °
    Tue
    43 °

    ସମ୍ବନ୍ଧିତ