Wednesday, May 21, 2025
26.3 C
Odisha

    ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ

    ଆଗକୁ ପଢନ୍ତୁ

    ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଗଲେ ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ । ଝାରସୁଗୁଡାର କଟାପାଲି ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଛି । ବ୍ରଜରାଜନଗର ପଟୁ ଆସୁଥିବା ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା ଏକ ଟ୍ରାକ୍ଟର । ଫଳରେ ଭାରସ୍ୟାମ ହରାଇ ଆମ୍ବୁଲାନ୍ସଟି ରାସ୍ତାକଡରେ ଓଲଟି ପଡିଥିଲା । ଆମ୍ବୁଲାନ୍ସରେ ଜଣେ ରୋଗୀଙ୍କ ସହ ଦୁଇ ଜଣ ଆଟେଣ୍ଡାଣ୍ଟ ଥିଲେ । ଦୁର୍ଘଟଣାରେ ସେମାନେ ସାମନ୍ୟ ଆହତ ହୋଇଛନ୍ତି । ଖବର ପାଇଁ ସଦର ଥାନା ପୁଲିସ ଘଟଣାସ୍ଥଳରୁ ରୋଗୀ ଓ ରୋଗୀ ସଂପର୍କୀୟଙ୍କୁ ଉଦ୍ଧାର କରି ଅନ୍ୟ ଏକ ଗାଡିରେ ଡାକ୍ତରଖାନାକୁ ପଠାଇଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.3 ° C
    26.3 °
    26.3 °
    76 %
    2.7kmh
    60 %
    Tue
    26 °
    Wed
    34 °
    Thu
    30 °
    Fri
    32 °
    Sat
    38 °

    ସମ୍ବନ୍ଧିତ