Sunday, September 13, 2026
23 C
Odisha

    ମିଜୋରାମରେ ଭୟଙ୍କର ଭୂସ୍ଖଳନ; ୧୦ ମୃତ

    ଆଗକୁ ପଢନ୍ତୁ

    ମିଜୋରାମର ଆଇଜୋଲ୍‌ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନ। ଲଗାତର ବର୍ଷା ଯୋଗୁ ଭୁଶୁଡିଗଲା ପଥର ଖଣି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି। ଲଗାତର ବର୍ଷା ଯୋଗୁ ଆଇଜୋଲ ସହରର ଦକ୍ଷିଣ ବାହ୍ୟ ଅଞ୍ଚଳରେ ଥିବା ମେଲଥମ ଓ ହିଲମେନ୍‌ ମଧ୍ୟରେ ଏହି ଅଘଟଣ ଘଟିଛି। ପଥର ଖଣିରେ ଭୂସ୍ଖଳନ ପରେ ମାଟି ତଳୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେହିପରି ଦୁଇ ଜଣଙ୍କ ଜୀବନ୍ତ ଉଦ୍ଧାର କରାଯାଇଛି। ସମସ୍ତ ମୃତକ ଶ୍ରମିକ ବୋଲି ସୂଚନା ମିଳିଛି। ଏବେ ବି ଅନେକ ଲୋକେ ମାଟି ତଳେ ଦବି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପୁଲିସ କହିଛି। ତେବେ ସମଗ୍ର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ