Tuesday, October 6, 2026
23.8 C
Odisha

    ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ତୁରନ୍ତ ମରାମତି ହେବ : ଆଇନମନ୍ତ୍ରୀ

    ଆଗକୁ ପଢନ୍ତୁ

    ପୁରୀ : ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ । ତୁରନ୍ତ ମରାମତି ହେବ ମେଘନାଦ ପାଚେରୀ । ଯାହା ଅସୁବିଧା ହୋଇଛି ତାର ତୁରନ୍ତ ମରାମତି କରାଯିବ। ଯେମିତି କୌଣସି ସମସ୍ୟା ହେବ ନାହିଁ । ଏନେଇ ASIର ଟେକ୍ନିକାଲ ଟିମ୍ ଅଛନ୍ତି , ମୁଁ କୌଣସି ରାଜନୈତିକ ଟିପ୍ପଣୀ ଦେବାକୁ ଚାହୁଁନି ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

    ଏହା ସହ କହିଛନ୍ତି, ଅତୀତରେ କିଛି ଭୁଲ କାରଣରୁ ଭବିଷ୍ୟତରେ କିଛି ଭୁଲ ହୁଏ । ଯାହା ଅସୁବିଧା ହୋଇଛି ତାକୁ ତୁରନ୍ତ ମରାମତି କରାଯିବ । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଲଙ୍ଗୁଳି ମଠ ଧୂନିକୁଣ୍ଡଠାରୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ୬୦ ଫୁଟ ଓସାରରେ ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳରେ ମେଘନାଦ ପାଚେରୀର ପଥର କାନ୍ଥରୁ ପାଣି ଗଳୁଛି। ୫୦ରୁ ଅଧିକ ସ୍ଥାନରୁ ଝରଣା ଭଳି ପାଣି ଅନର୍ଗଳ ଗଳୁଥିବା ଦେଖିବାକୁ ମିଳିଛି। ଏପରିକି ସିଂହଦ୍ବାର ସମ୍ମୁଖ ରାମଦୟା ପରିଷଦ ନିକଟରେ ପାଚେରୀ ବାହାରପାର୍ଶ୍ବକୁ ଠେଲି ହୋଇଯିବା ଦେଖାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    87 %
    1.5kmh
    1 %
    Tue
    23 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ