Thursday, December 26, 2024
17.8 C
Odisha

    ଜାମୁରୋଳ’ ଫଳ ଖାଉଛନ୍ତି ତ? ଜାଣନ୍ତୁ ଏହା ଶରୀର ପାଇଁ କେତେ ଲାଭାଦାୟକ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ଅନେକ ପ୍ରକାରର ଫଳ ଫଳିଥାଏ । ଫଳ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । କାହିଁକି ନା ଫଳରେ ଅନେକ ପ୍ରକାର ଭିଟାମିନ୍‌ ମିଳିଥାଏ । ଛୋଟ ଛୁଆଠାରୁ ଆରମ୍ଭ କରି ବଡ ଲୋକଙ୍କ କ୍ଷେତ୍ରରେ ମଧ୍ୟ ଅଧିକ ଉପଯୋଗୀ ହୋଇଥାଏ । ଆଜିକାଲି ଦୁନିଆରେ ଫଳର ଡିମାଣ୍ଡ ଅଧିକ ଥାଏ । କାରଣ ସାଧାରଣତଃ ଆମେ ଯାହା ଘରକୁ ଯାଇଥାନ୍ତି ହାତରେ କିଛି ଥାଉ କି ନଥାଉ ଫଳ ନିହାତି ଥିବ । କିଛି କିଛି ଲୋକମାନେ ଫଳକୁ ଡାଏଟରେ ମଧ୍ୟ ସାମିଲ୍‌ କରିଥାନ୍ତି । ଏହାସହ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ କି ସକାଳର ଜଳଖିଆ ଏବଂ ମଧ୍ୟାନ ଭୋଜନ ନ କରି ଦିନସାରା ଫଳ ଖାଇ ରହିଥାନ୍ତି । ଯାହା ଶରୀରକୁ ଅଧିକ ଏର୍ନଜି ଯୋଗାଇଥାଏ ।

    ଏଥିସହ, ଭଗବାନଙ୍କ ପାଖରେ ମଧ୍ୟ ବିଭିନ୍ନ ପ୍ରକାରର ଫଳମୂଳ ଭୋଗ ଲାଗିଥାଏ । ସେହି ଫଳକୁ ଆଣି ଆମେ ଦିନସାରା ଖାଇଥାନ୍ତି । ଫଳରେ କିଛି ଚତ୍ମକାର ଗୁଣ ରହିଛି। ଫଳ ହେଉଛି ଲାଇଟ୍‌ ଫୁଡ୍‌, ଯାହାକୁ ଖାଇଲେ ଭୋକ ମଧ୍ୟ ଲାଗିନଥାଏ ଏବଂ ଦିନସାରା ଶରୀରକୁ ଆରାମ ମିଳିଥାଏ । ଆପଣ ସବୁ ପ୍ରକାରର ଫଳ ଖାଇଥିବେ ହେଲେ ଆମେ ଆପଣଙ୍କୁ ଆଜି ଏପରି ଗୋଟିଏ ଫଳ ବିଷୟରେ କହିବୁ ଯାହାକୁ ଖାଇଲେ ଅନେକ ପ୍ରକାରର ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ଫଳର ନାମ ।

    ସେହି ଫଳର ନାମ ହେଉଛି ‘ଜାମୁରୋଳ’ । ଏହାର ଅନେକ ପ୍ରକାର ଗୁଣ ରହିଛି । ଏହା ସହ ଏହି ଫଳଟି ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ଆହୁରି ମଧ୍ୟ ଏହି ଫଳର ବିିଭିନ୍ନ ରଙ୍ଗ ରହିଛି, ଯାହା ହେଉଛି- ଗୋଲାପି, ଧଳା ଏବଂ ହାଲୁକା ବାଇଗଣୀ । ଏହା ସିଜିଜିୟମ୍‌ ଆକ୍ୱମ ଭାବରେ ମଧ୍ୟ ଜଣାଶୁଣା, ଦକ୍ଷିଣ-ପୂର୍ବ ଏସିଆର ଏକ ଟ୍ରପିକାଲ୍‌ ଫଳ । ଏହା ଏକ ପତଳା ସ୍ତର ସହିତ ଏକ ଛୋଟ ଫଳ । ଆସନ୍ତୁ ଜାଣିବା ଏହାକୁ ଖାଇଲେ କେଉଁ ପ୍ରକାର ଫାଇଦା ମିଳିଥାଏ ।

    ୧. ଭିଟାମିନରେ ଭରପୂର : ଏହି ଫଳ ଭିଟାମିନ୍‌ ସି ଏବଂ ଭିଟାମିନ୍‌ ଏ’ ର ଏକ ଉତ୍ତମ ଉତ୍ସ । ଯାହା ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ଏବଂ ଚର୍ମକୁ ସୁସ୍ଥ ରଖିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ଆପଣ ନିୟମିତ ଭାବରେ ଜାମୁରୋଳ ଖାଇବା ଉଚିତ୍‌ ।

    ୨. ହାଇଡ୍ରେସନ : ଜାମୁରୋଳରେ ଅଧିକ ମାତ୍ରାରେ ପାଣିଥାଏ । ଯାହା ଶରୀରକୁ ହାଇଡ୍ରେଟ୍‌ ରଖିବାରେ ସାହାଯ୍ୟ କରିଥାଏ । ଯଦି ଅଧିକ ଶାରୀରିକ କାର୍ଯ୍ୟକଳାପ କରନ୍ତି ତେବେ ଏହି ଫଳ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ ।

    ୩. ହଜମ କରିବାରେ ସହାୟକ ହୋଇଥାଏ : ଜାମୁରୋଳରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ । ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ନୟମିତ ଭାବେ ଏହି ଫଳ ଖାଉଥିବା ଲୋକଙ୍କର ଗ୍ୟାସ, କୋଷ୍ଠକାଠିନ୍ୟ ଏବଂ ଏସିଡିଟି ଭଳି ସମସ୍ୟା ହୋଇନଥାଏ ।

    ୪. ହାର୍ଟ ପାଇଁ ଲାଭ ଦାୟକ : ଜାମୁରୋଳରେ ଅଧିକ ମାତ୍ରାରେ ପୋଟାସିୟମ ଥାଏ । ଯାହା ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହାସହ ହାର୍ଟକୁ ମଧ୍ୟ ସୁସ୍ଥ ରଖିଥାଏ ।

    ୫. ଓଜନ କମ୍‌  ହେବ : ଯଦି ଆପଣ ଓଜନ କମ୍‌ କରିବା ପାଇଁ ଚାହୁଁଛନ୍ତି ତେବେ ‘ଜାମୁରୋଳ’କୁ ଖାଆନ୍ତୁ । ଯେଉଁଥିରେ ପ୍ରଚୁର ପରିମାଣରେ ଜଳ ଏବଂ ଫାଇବର ଥାଏ ଏବଂ ପେଟକୁ ପୂର୍ଣ୍ଣ ରଖିଥାଏ । ଯାହା ଆପଣଙ୍କୁ ଅଧିକ ଖାଦ୍ୟପେୟରୁ ରକ୍ଷା କରିଥାଏ ଏବଂ ଆପଣଙ୍କ ଓଜନ ଧୀରେ ଧୀରେ ହ୍ରାସ ହେବାର ଲାଗେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17.8 ° C
    17.8 °
    17.8 °
    97 %
    1.2kmh
    85 %
    Wed
    17 °
    Thu
    26 °
    Fri
    28 °
    Sat
    30 °
    Sun
    29 °

    ସମ୍ବନ୍ଧିତ