Thursday, April 2, 2026
25.4 C
Odisha

    ନଭେମ୍ବର ୨୬ ପୂର୍ବରୁ ମହାରାଷ୍ଟ୍ରରେ ନିର୍ବାଚନ : ମୁଖ୍ୟ ନିର୍ବାଚନ କମିସନର

    ଆଗକୁ ପଢନ୍ତୁ

    ମୁମ୍ବାଇ: ନଭେମ୍ବର ୨୬ ପୂର୍ବରୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ର ସମୀକ୍ଷା କରିବା ପାଇଁ ଇସି ଟିମ୍ ମହାରାଷ୍ଟ୍ର ଗସ୍ତରେ ଅଛନ୍ତି। ନଭେମ୍ବର ୨୬ ସୁଦ୍ଧା ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି।
    ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଗଣତନ୍ତ୍ରରେ ସମସ୍ତଙ୍କ ଅଂଶଗ୍ରହଣ ଜରୁରୀ। ମହାରାଷ୍ଟ୍ରରେ ୧ ଲକ୍ଷ ୧୮୬ଟି ମତଦାନ କେନ୍ଦ୍ର ରହିଛି। ଏଠାରେ ୪୨,୫୫୮ଟି ସହରାଞ୍ଚଳ ବୁଥ୍ ଓ ୫୭,୬୦୦ଗ୍ରାମୀଣ ବୁଥ୍ ରହିଛି। ସହରାଞ୍ଚଳର ଶତ ପ୍ରତିଶତ ବୁଥ୍ ଏବଂ ଗ୍ରାମାଞ୍ଚଳରେ ମଧ୍ୟ ୫୦ ପ୍ରତିଶତରୁ ଅଧିକ ବୁଥରେ ସିସିଟିଭି କ୍ୟାମେରା ଲଗାଇବାକୁ ଚେଷ୍ଟା କରାଯିବ।
    ସିଇସି କହିଛନ୍ତି ଯେ ଏହି ସମୟରେ ଆମେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ଭେଟିଥିଲୁ ଏବଂ ସେମାନେ ଦୀପାବଳି ଭଳି ପର୍ବକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଘୋଷଣା କରିବାକୁ ଆମକୁ କହିଥିଲେ। ଅଧିକାରୀଙ୍କ ବଦଳିରେ ସ୍ୱଚ୍ଛତା ଆଣିବା ସହ ୧୭ସି ଉପଲବ୍ଧ କରାଇବାକୁ ରାଜନୈତିକ ଦଳମାନେ ଦାବି କରିଛନ୍ତି। ମତଦାନ ପ୍ରକ୍ରିୟା ଶେଷ ହେବା ପରେ ପୋଲିଂ ଏଜେଣ୍ଟଙ୍କୁ ୧୭ସିର ନକଲ ଦିଆଯିବ। କେହି ଯେପରି ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରଚାର ନ କରନ୍ତି, ତାହା ଉପରେ ମଧ୍ୟ ନଜର ରଖିବାକୁ ପଡ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ