Sunday, May 19, 2024
27.1 C
Odisha

    ମହାଶିବରାତ୍ରୀରେ କେଉଁ ରାଶିର ଲୋକେ କିପରି କରିବେ ଅଭିଶେକ?

    ଆଗକୁ ପଢନ୍ତୁ

    ମହାଶିବରାତ୍ରୀ ହିନ୍ଦୁମାନଙ୍କ ପାଇଁ ପ୍ରମୁଖ ପର୍ବ । ଫାଲଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦଶୀରେ ମହାଶିବରାତ୍ରୀ ପାଳନ କରାଯାଏ । ଚଳିତ ବର୍ଷ ମହାଶିବରାତ୍ରୀ ୮ ମାର୍ଚ୍ଚରେ ପାଳନ କରାଯିବ । ଏହି ଦିନ ଶିବଭକ୍ତମାନେ ବ୍ରତ ରଖି ମହାଦେବଙ୍କ ବିଧି-ବିଧାନ ସହ ପୂଜା କରିଥାଆନ୍ତି ଏବଂ ଭଗବାନଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ କରିଥାଆନ୍ତି ।
    ଏହି ଦିନ ଶିବ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ । ଆସନ୍ତୁ ଜ୍ୟେତିଷଶାସ୍ତ୍ରୀଙ୍କ ଠାରୁ ଜାଣିବା ପୂଜାର ଶୁଭ ମୂହୁର୍ତ୍ତ ଏବଂ ରାଶି ଅନୁଯାୟୀ, କିଭଳି କରିବେ ଅଭିଶେକ ।

    ମହାଶିବରାତ୍ରୀ ୨୦୨୪ ପୂଜା କରିବାର ଶୁଭ ମୂହୁର୍ତ୍ତ:
    ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କ ପୂଜା ଚାରୋଟି ପ୍ରହରରେ କରାଯାଇଥାଏ ।
    ପ୍ରଥମ ପ୍ରହର-୮ମାର୍ଚ୍ଚ ସଂଧ୍ୟା ୦୬.୨୫ ମିନଟରୁ ରାତ୍ରୀ ୦୯.୨୮ ମିନିଟ ପର୍ଯ୍ୟନ୍ତ ।
    ଦ୍ୱିତୀୟ ପ୍ରହର-ରାତ୍ରୀ ୦୯.୨୮ ମିନିଟରୁ ୯ ମାର୍ଚ୍ଚ ମଧ୍ୟ ରାତ୍ରୀ ୧୨.୩୧ ପର୍ଯ୍ୟନ୍ତ ।
    ତୃତୀୟ ପ୍ରହର-୯ ମାର୍ଚ୍ଚ ମଧ୍ୟ ରାତ୍ରୀ ୧୨.୩୧ ମିନିଟରୁ ୦୩.୩୪ ମିନିଟ ପର୍ଯ୍ୟନ୍ତ ।
    ଚତୁର୍ଥ ପ୍ରହର-୯ମାର୍ଚ୍ଚ ଭୋର ୩ଟା ୩୪ ମିନିଟରୁ ସକାଳ ୦୬.୩୭ ମିନିଟ ପର୍ଯ୍ୟନ୍ତ ।

    କେଉଁ ରାଶି କିପରି କରିବେ ଅଭିଶେକ:
    ମେଷ-ବେଲପତ୍ର ଅର୍ପଣ କରନ୍ତୁ ।
    ବୃଷ-କ୍ଷୀର ମିଶ୍ରିତ ଜଳା ଚଢାନ୍ତୁ ।
    ମିଥୁନ-ଦହି ମିଶ୍ରିତ ଜଳ ଅର୍ପଣ କରନ୍ତୁ ।
    କର୍କଟ-ଚନ୍ଦନ ଅର୍ଗୁର ପ୍ରଦାନ କରନ୍ତୁ ।
    ସିଂହ-ଘିଅର ଦୀପ ଜଳାନ୍ତୁ ।
    କନ୍ୟା-କଳା ରାଶି ସହ ଜଳ ଅଭିଶେକ କରନ୍ତୁ ।
    ତୁଳା-ଜଳରେ ଧଳା ଚନ୍ଦନ ମିଶାଇ ଅର୍ପଣ କରନ୍ତୁ ।
    ବିଛା-ଜଳ ଏବଂ ବେଲପତ୍ର ଚଢାନ୍ତୁ ।
    ଧନୁ-ଅଭିର ବା ଗୁଲାଲ ଚଢାନ୍ତୁ ।
    ମକର-ଭାଙ୍ଗ ଏବଂ ଦୁଦୁରା ଚଢାନ୍ତୁ ।
    କୁମ୍ଭ-ସୁଗନ୍ଧିତ ପୁଷ୍ପ ଚଢାନ୍ତୁ ।
    ମୀନ-ଆଖୁ ରସ ସହ କେସର ମିଶାଇ ଅଭିଶେକ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.1 ° C
    27.1 °
    27.1 °
    63 %
    2.1kmh
    39 %
    Sun
    27 °
    Mon
    41 °
    Tue
    42 °
    Wed
    42 °
    Thu
    39 °

    ସମ୍ବନ୍ଧିତ