Saturday, October 10, 2026
21.6 C
Odisha

    ୧୧୭ କ୍ଵିଣ୍ଟାଲ ମହୁଲ ଜବତ: ଜଣେ ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ଉମରକୋଟ: ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗକୁ ଆଜି ଏକ ବଡ଼ ସଫଳତା ମିଳିଛି। ସଧାରଣ ନିର୍ବାଚନ-୨୪କୁ ଦୃଷ୍ଟିରେ ରଖି ଓଡ଼ିଶା ଅବକାରୀ ଆୟୁକ୍ତ ନରସିଂହ ଭୋଳ ଓ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ଅବକାରୀ ବିଭାଗର ନବରଙ୍ଗପୁର ଜିଲ୍ଲା ଅବକାରୀ ୟୁନିଟ୍‌, ଅବକାରୀ ସବ-ଇନ୍ସପେକ୍ଟର ଡ।ବୁଗା, ପାପଡ଼ାହାଣ୍ଡି ଓ ଉମରକୋଟ ଅବକାରୀ ଥାନାର କର୍ମଚାରୀମାନେ ମିଳିତ ଭାବରେ ପ୍ରହର। କାର୍ଯ୍ୟ ସମ୍ପାଦନ। କରୁଥିବା ବେଳେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତହରା ଗ୍ରାମ ପଞ୍ଚାୟତର ପଦମଝରି ଗ୍ରାମ ଠାରେ ଥିବା ରିକ ରାମ ପାତ୍ରଙ୍କ ଗୋଦାମ ଉପରେ ଆଜି ଭୋରୁ ୫ଟାରେ ଚଢ଼ାଉ କରିଥିଲା।

    ଏହି ଚଢ଼।ଉ ସମୟରେ ଅବକାରୀ କର୍ମଚାରୀମାନେ ବେଆଇନ ଭାବେ ମହଜୁଦ ରଖିଥିବା ଅଭିଯୋଗରେ ମହୁଲକୁ ଜବତ କରିଥିଲେ, ଯାହାର ମୋଟ ପରିମାଣ ଥିଲା ମୋଟ ୧୧୭ କ୍ଵିଣ୍ଟାଲ ୬୬ କିଲୋ ଗ୍ରାମ। ଏହାର ବଜାର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ଉମରକୋଟ ଅବକାରୀ ଥାନା ଓଆଇସି ତିଳକ ରାମ ସୂଚନା ଦେଇଛନ୍ତି। ଅଭିଯୁକ୍ତ ରିକ ରାମ ପାତ୍ର ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହେଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଦେବବ୍ରତ ମଜୁମଦାରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।

    ତେବେ ଏତେ ପରିମାଣରେ ମହୁଲକୁ ଜବତ କରିବା ଉମରକୋଟ ଅବକାରୀ ବିଭାଗର ଏକ ସର୍ବ କାଳୀନ ରେକର୍ଡ ବୋଲି ଜଣାପଡ଼ିଛି। ତେବେ ଜବତ ହେଇଥିବ। ମହୁଲକୁ ଅବକାରୀ କର୍ମଚାରୀମାନେ ଓଏସ୍‌ ସପକୁ ହସ୍ତାନ୍ତର କରିଛନ୍ତି। ଆଜିର ଏହି ଚଢ଼ାଉ ବେଳେ ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ଅଭିରାମ ବେହେରା, ମୋବାଇଲ ୟୁନିଟର ଇନ୍ସପେକ୍ଟର ବି. ମଣ୍ଡଳ, ଉମରକୋଟ ଅବକାରୀ ଇନ୍ସପେକ୍ଟର ରଂଜୁ ଲତା ବାରିକ, ଅବକାରୀ ଇନ୍ସପେକ୍ଟର ଦିଲ୍ଲୀପ ରଥ, ଅବକାରୀ ଥାନାର ଓଆଇସି ତିଳକ ରାମ ନାୟକ, ଡ।ବୁଗା ଥାନାର ଓଆଇସି ବୁଲୁ ପାତ୍ର, ପାପଡ଼ାହାଣ୍ଡି ଅବକାରୀ ଥାନାର ଓଆଇସି ଦେଶ ରାଜ ସୁନା, ଉମରକୋଟ ଅବକାରୀ ଥାନାର ଏଏସଆଇ ମାଖନ ହ।ଲଦ।ର, ଅବକାରୀ କନେଷ୍ଟବଳ ସୁବାଷ ଗୌଡ଼, ଦେବାଶିଷ ଦାସ, ଅନନ୍ତ ମଲିକ, ପ୍ରସାଦ ବଳବନ୍ତ ର।ୟ, ମହେନ୍ଦ୍ର ଭତ୍ର। ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ