Tuesday, September 22, 2026
23.3 C
Odisha

    ମେକଅପ୍ ଖରାପ ହୋଇ ଯାଇଥାନ୍ତା: କଙ୍ଗନାଙ୍କୁ ନେଇ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ

    ଆଗକୁ ପଢନ୍ତୁ

    ମଣ୍ଡି: ହିମାଚଳ ପ୍ରଦେଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଜଗତ ସିଂ ନେଗି ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ହିମାଚଳ ପ୍ରଦେଶ ବିଧାନସଭାରେ କଂଗ୍ରେସ ନେତା ଜଗତ ନେଗି କହିଛନ୍ତି ଯେ ପରିସ୍ଥିତି ଶାନ୍ତ ହେବା ପରେ କଙ୍ଗନା ହିମାଚଳର ମଣ୍ଡି କୁଲୁରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।
    ଜଗତ ସିଂ ନେଗି ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ ସଂସଦୀୟ ନିର୍ବାଚନମଣ୍ଡଳୀ ହୋଇଥିଲେ ମଧ୍ୟ ବିପର୍ଯ୍ୟୟ ସମୟରେ କଙ୍ଗନା ରାନାୱତ ସେଠାକୁ ଯାଇନାହାଁନ୍ତି, ବରଂ ସେ କେବଳ ଏକ ଟୁଇଟ୍ କରିଛନ୍ତି। ସେହି ଟୁଇଟ୍‌ରେ ସେ କହିଥିଲେ ୟେଲୋ ଏବଂ ଅରେଞ୍ଜ ଆଲର୍ଟ ଯୋଗୁଁ ଅଧିକାରୀ ଏବଂ ନେତାମାନେ ମତେ ସେଠାକୁ ନ ଯିବାକୁ ପରାମର୍ଶ ଦେଇଥିଲେ।

    ସେ କଟାକ୍ଷ କରି କହିଛନ୍ତି ଯେ ଯଦି ବନ୍ୟା ସମୟରେ କଙ୍ଗନା ଆସିଥାନ୍ତେ ତେବେ ତାଙ୍କର ମେକ୍ ଅପ୍ ଖରାପ ହୋଇ ଯାଇଥାନ୍ତା। ଲୋକମାନେ ସେ କଙ୍ଗନା ଅବା ତାଙ୍କ ମା’ କିଏ ତାହା ଚିହ୍ନିପାରି ନ ଥାନ୍ତେ।
    ବିଧାନସଭାରେ ଜଗତ ନେଗି କହିଛନ୍ତି, ଯଦି କୌଣସି ସ୍ଥାନରେ ବାଦଲ ଫଟା‌ ବର୍ଷା ହୁଏ ଏବଂ ଆମେ କଙ୍ଗନାଙ୍କ ଭଳି ସେଠାରେ ଦୁଇଦିନ ପରେ ପହଞ୍ଚିଥାନ୍ତୁ ତେବେ କଙ୍ଗନା ଜୀ ଟୁଇଟ୍ କରି କ’ଣ ଏଭଳି କହିଥାନ୍ତେ ଯେ ମୋତେ କିଛି ଅଧିକାରୀ ଏବଂ ବିଧାୟକ ହିମାଚଳରେ ରେଡ୍ ଏବଂ ଅରେଞ୍ଚ ଆଲର୍ଟ ଅଛି, ତେଣୁ ବର୍ତ୍ତମାନ ଆସ ନାହିଁ ବୋଲି ମନ୍ତବ୍ୟ ଦେଇଥାନ୍ତେ କି?

    କଙ୍ଗନା ଆସିବା ବେଳକୁ ତାଙ୍କ ନିର୍ବାଚନମଣ୍ଡଳୀରେ ୩୪ଜଣ ପ୍ରାଣ ହରାଇଥିଲେ, ୯ ଜଣ ମଣ୍ଡିରେ ପ୍ରାଣ ହରାଇଥିଲେ। ସେ କହିଛନ୍ତି, ବୋଧହୁଏ ବିଧାୟକଙ୍କ ମଧ୍ୟରେ ଜୟରାମ ଜୀ ତାଙ୍କୁ ସେଠାକୁ ନ ଆସିବାକୁ ପରାମର୍ଶ ଦେଇଥାଇ ପାରନ୍ତି, କିନ୍ତୁ କେଉଁ ଅଧିକାରୀ ଏହା କହିଛନ୍ତି ତାହା ଜାଣିବା ଆବଶ୍ୟକ। ସବୁ ଠିକ୍ ଥିବାବେଳେ କଙ୍ଗନା ପହଞ୍ଚିଥିଲେ। ଆଉ କୁମ୍ଭୀର କାନ୍ଦଣା କାନ୍ଦିଥିଲେ। ଏହି କାନ୍ଦଣା କେବଳ ଅଭିନୟ ଥିଲା।

    ଜଗତ୍ ନେଗି ଏହା ମଧ୍ୟ କହିଛନ୍ତି ଯେ ଏହି ବିପର୍ଯ୍ୟୟ ସମୟରେ ରାତି ୨ ଟା ପର୍ଯ୍ୟନ୍ତ ସରକାରୀ ମନ୍ତ୍ରୀ ଏବଂ ବିଧାୟକମାନେ କିପରି ଜନସାଧାରଣଙ୍କ ସେବା କରିଥିଲେ ତାହା ସେ କହିବାକୁ ଚାହାଁନ୍ତି ନାହିଁ।

    ସୂଚନାଯୋଗ୍ୟ ଯେ ହିମାଚଳ ପ୍ରଦେଶରେ ମୌସୁମୀ ବନ୍ୟା ଏବଂ ଭୂସ୍ଖଳନ ଯୋଗୁ କୋଟି କୋଟି ଟଙ୍କାର କ୍ଷୟକ୍ଷତି ଘଟିଛି ଏବଂ ଅନେକ ଲୋକ ପ୍ରାଣ ହରାଇଛନ୍ତି। ରାଜ୍ୟ ସରକାର ଏହି ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

    ବର୍ଷା ଓ ବନ୍ୟା ହିମାଚଳରେ ଅଘଟଣ ଘଟାଇଥିଲା। ଏହି ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଲୋକ ବେଘର ହୋଇଥିଲେ। ମଣ୍ଡିର ବିଜେପି ସାଂସଦ କଙ୍ଗନା ରାନାୱତ ସେହି ସମୟରେ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ନ ଥିଲେ। ପରେ ସେ ବନ୍ୟା ପୀଡିତଙ୍କୁ ଭେଟି ସେମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। କଙ୍ଗନା ଲୋକଙ୍କୁ ଭେଟିବାର ଅନେକ ଫଟୋ ଏବଂ ଭିଡିଓ ପ୍ରକାଶ ପାଇଥିଲା । କଂଗ୍ରେସ ନେତା କହିଛନ୍ତି ଯେ କଙ୍ଗନା ଠିକ୍ ସମୟରେ ସେହି ଅଞ୍ଚଳ ପରିଦର୍ଶନ କରିନାହାଁନ୍ତି। ସବୁ ଠିକ୍ ହେବା ପରେ ସେ ସେଠାରେ ପହଞ୍ଚିଥିଲେ । ଫଟୋ ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯାଇ କେବଳ ଲୋକଙ୍କୁ ଭୂଆଁ ବୁଲାଇ ପ୍ରଚାର କରାଯାଇଥିବା ଜଗତ ନେଗି ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    96 %
    1.2kmh
    100 %
    Tue
    27 °
    Wed
    27 °
    Thu
    24 °
    Fri
    28 °
    Sat
    25 °

    ସମ୍ବନ୍ଧିତ