Thursday, April 2, 2026
25.4 C
Odisha

    ଆମେ ଛୋଟ ଦେଶ, କିନ୍ତୁ ଏହା ଆମକୁ ଧମକାଇବାର ଲାଇସେନ୍ସ ନୁହେଁ” ବିବାଦକୁ ଆହୁରି ବଢାଇଲେ ମାଳଦ୍ବୀପ ରାଷ୍ଟ୍ରପତି ମୁଇଜ୍ଜୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ସମୟରେ ସୋସିଆଲ ମିଡିଆରେ ଫଟୋ ସେୟାର ହେବା ପରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏଭଳି ସ୍ଥିତିରେ ଏବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ସଦ୍ୟତମ ବୟାନ ଆସିଛି ଯେଉଁଥିରେ ସେ ପରୋକ୍ଷରେ ଭାରତକୁ ଟାର୍ଗେଟ କରିଛନ୍ତି । ଏହା ବିବାଦକୁ ଆହୁରି ବଢାଇବାର ଆଶଙ୍କା ରହିଛି ।

    ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ମୁଇଜୁ ୫ ଦିନିଆ ଚୀନ ଗସ୍ତ ସାରି ମାଳଦ୍ୱୀପ ଫେରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆମେ ଛୋଟ (ଦେଶ) ହୋଇଥାଇପାରୁ, କିନ୍ତୁ ଏହା ସେମାନଙ୍କୁ ଆମକୁ ଧମକ ଦେବା ପାଇଁ ଲାଇସେନ୍ସ ନୁହେଁ।

    ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିବା ବେଳେ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଏହି ବୟାନ ଆସିଛି। ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ଦେଶର ନେତା ଓ ଅନେକ ମନ୍ତ୍ରୀ ଅପମାନଜନକ ମନ୍ତବ୍ୟ ଦେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗରେ ମାଳଦ୍ୱୀପ ସରକାର ଜାନୁଆରି ୭ ତାରିଖରେ ନିଜର ୩ ଜଣ ମନ୍ତ୍ରୀଙ୍କୁ ସେମାନଙ୍କ ପଦରୁ ନିଲମ୍ବିତ କରିଥିଲେ। ଅନ୍ୟପକ୍ଷରେ ମାଳଦ୍ବୀପ ମନ୍ତ୍ରୀମାନଙ୍କ ବୟାନ ପରେ ସେହି ଦେଶକୁ ନିଜ ନିଜର ଯାତ୍ରା ବାତିଲ କରୁଛନ୍ତି ଭାରତୀୟ ପର୍ଯ୍ୟଟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ