Sunday, September 27, 2026
21.7 C
Odisha

    ରାମଲଲାଙ୍କ ପ୍ରାଣପ୍ରତିଷ୍ଠାରେ ସାମିଲ ହେବାକୁ ଆସିଥିବା ଅତିଥିଙ୍କୁ ଦିଆଯିବା ସ୍ବତନ୍ତ୍ର ଉପହାର

    ଆଗକୁ ପଢନ୍ତୁ

    1. ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ହେଉଥିବା ଭବ୍ୟ ରାମମନ୍ଦିର ନିର୍ମାଣ ଶେଷ ପର୍ଯ୍ୟାୟରେ ରହିଛି। ଏହାର ଉଦଘାଟନକୁ ଖୁବ ଆଡମ୍ବରରେ କରାଯିବା ପାଇଁ ଜୋରଦାର ପ୍ରସ୍ତୁତି ବି ଚାଲିଛି।ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ହେବାକୁ ଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ‌କୁ ଅନେକ ସାଧୁସନ୍ଥ ଓ ଦେଶର ଜଣାଶୁଣାଲୋକଙ୍କୁ ନିମନ୍ତ୍ରଣ କରାଯିବା ସହିତ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଏଥିରେ ଯୋଡ଼ି ହେବାପାଇଁ ନିମନ୍ତ୍ରଣ ପତ୍ର ପଠାଯାଇଛି।

    ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଜଣେ ସଦସ୍ୟ କହିଛନ୍ତି, ଏହି ସମାରୋହରେ ସାମିଲ ହେବାକୁ ଥିବା ୧୧ହଜାରରୁ ଅଧିକ ଅତିଥିଙ୍କୁ ସ୍ବତନ୍ତ୍ର ଉପହାର ଦିଆଯିବ। ରାମ ମନ୍ଦିରର ନିର୍ମାଣ ପାଇଁ ନିଅଁ ହେତୁ ୧୦୦ଫୁଟର ଗାତ ଖୋଳାଯାଇଥିଲା। ଏଥିରୁ ଯେଉଁ ମ‌ାଟି ବ‌ାହାରିଥିଲା ତାହାକୁ ଛୋଟଛୋଟ ଡବାରେ ଭର୍ତ୍ତି କରି ରଖାଯାଇଛି। ଉକ୍ତ ପବିତ୍ର ମାଟିକୁ ଜାନୁଆରି ୨୨ ତାରିଖ‌ରେ ଅଯୋଧ୍ୟାକୁ ଆସିଥିବା ଅତିଥିଙ୍କୁ ଉପହାର ବାବଦକୁ ପ୍ରଦାନ କରାଯିବ। ଏଥିସହିତ ପ୍ରସାଦ ଭାବେ ଘିଅରେ ପ୍ରସ୍ତୁତ ୧୦୦ ଗ୍ରାମର ମୋତିଚୁର ଲଡ଼ୁ ବି ଦିଆଯିବ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଜୁଟ ବ୍ୟାଗରେ ପ୍ୟାକ ହୋଇଥିବା ରାମ ମନ୍ଦିରର ୧୫ ମିଟର ଫଟୋ ଉପହାର ଦିଆଯିବ।

    ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଚାରି ହଜାରରୁ ଅଧିକ ସାଧୁସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି। ଏହା ବ୍ୟତୀତ ଶିଳ୍ପପତି ମୁକେଶ ଅମ୍ବାନି,ଅଭିନେତା ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ରଜନୀକାନ୍ତ, ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କ ବ୍ୟତୀତ ଆହୁରି ଅନେକ କଳାକାରଙ୍କୁ ଅଯୋଧ୍ୟାକୁ ଜାନୁଆରି ୨୨ ତାରିଖରେ ଆସି ପହଞ୍ଚିବାକୁ ନିମନ୍ତ୍ରଣ ଦିଆଯାଇଛି। ଏହିଦିନ ସମଗ୍ର ଦେଶର ବଡ଼ବଡ଼ ମନ୍ଦିରମାନଙ୍କରେ ଏହାର ସିଧାସଳଖ ପ୍ରସାରଣର ବ୍ୟବସ୍ଥା ବି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ