Saturday, July 27, 2024
24.5 C
Odisha

    ମୁଁ ଜଜଙ୍କ ଘନିଷ୍ଠ, ଚାକିରି କରାଇଦେବି’ କହି ଲୋକଙ୍କୁ ଲୁଟିଲା ୬୧ ଲକ୍ଷ

    ଆଗକୁ ପଢନ୍ତୁ

    ଦୁମକା: ଝାଡ଼ଖଣ୍ଡର ଦୁମକା କୋର୍ଟ ପରିସରରେ କାମ କରୁଥିବା ହାବିଲଦାର ସର୍ଗୁନ ହରିଜନ ନାମକ ବ୍ୟକ୍ତି ନାଁରେ ଏକ ଗୁରୁତର ଅଭିଯୋଗ ଆସିଛି । କୋର୍ଟରେ ଚାକିରି କରାଇଦେବା ନାଁରେ ୬୧ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଦୁମକା, ସାହିବଗଞ୍ଜ, ଗୋଡ୍ଡା ଓ ପାକୁରର ୨୩ ଜଣ ଦୁମକା ନଗର ଥାନାରେ ଅଭିଯୋଗ କରିଛନ୍ତି। ପୀଡିତମାନେ ଆବେଦନର ନକଲ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୁଲିସ ମହାନିର୍ଦ୍ଦେଶକ, ଜିଲ୍ଲା ଜଜ୍, ଡିଆଇଜି ଓ ଏସପିଙ୍କୁ ପ୍ରଦାନ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

    ଅଭିଯୋଗ ଅନୁସାରେ ତିନି ବର୍ଷ ତଳେ କୋର୍ଟ ପରିସରରେ ଚାକିରି କରାଇଦେବା ନାଁରେ ଗୋଡ୍ଡାର ୪ ଜଣ, ସାହିବଗଞ୍ଜର ୧୧ ଜଣ, ପାକୁରର ୩ ଜଣ ଓ ଦୁମକାରୁ ୫ ଜଣଙ୍କୁ ପ୍ରାୟ ୬୧ ଲକ୍ଷ ଟଙ୍କା ନିଆଯାଇଥିଲା। ଜଜଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି, ସେ ଯେକୌଣସି ବ୍ୟକ୍ତିଙ୍କ ଚାକିରି ପାଇପାରିବେ ବୋଲି ଦାବି କରି ସର୍ଗୁନ ଏହି ଠକେଇ କରିଥିଲା ।

    ଚାକିରି ଲୋଭରେ ସମସ୍ତ ୨୩ ଜଣ ବ୍ୟକ୍ତି ତା ଆକାଉଣ୍ଟକୁ ଟଙ୍କା ପଠାଇଦେଇଥିଲେ । ଟଙ୍କା ନେବା ପରେ ସମସ୍ତେ ଦୁଇଟି ଖାଲି କାଗଜପତ୍ରରେ ଦସ୍ତଖତ ନେଇ ଖୁବ୍ ଶୀଘ୍ର ପରୀକ୍ଷାର ଆଡମିଟ୍ କାର୍ଡ ଓ ଯୋଗଦାନ ପତ୍ର ପଠାଯିବ ବୋଲି କହିଥିଲେ। ଚାକିରି ପାଇବା ନାଁରେ ସେ ସେହି ଟଙ୍କାରେ କେଉଁଠି ଜମି କିଣି କେଉଁଠି ଘର ତିଆରି କରିଥିଲେ। ସେପଟେ ଚାକିରି ନ ମିଳିବାରୁ ଲୋକମାନେ ପୁଲିସରେ ଅଭିଯୋଗ କରିଥିଲେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ