Saturday, October 10, 2026
23.6 C
Odisha

    ମାର୍ଚ୍ଚ ୧୫ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର କର, ଭାରତକୁ ମାଳଦ୍ବୀପର ଅଲଟିମେଟମ୍

    ଆଗକୁ ପଢନ୍ତୁ

    ମାଲେ: ମାଳଦ୍ୱୀପ ଓ ଭାରତ ସମ୍ପର୍କରେ ଦେଖାଦେଇଥିବା ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସେପଟେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପୁଣି ଥରେ ‘ଇଣ୍ଡିଆ ଆଉଟ୍’ ସ୍ଲୋଗାନ ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହମ୍ମଦ ମୁଇଜ୍ଜୁ ମାଳଦ୍ୱୀପରୁ ଭାରତ ତା’ର ସୈନ୍ୟ ପ୍ରତ୍ୟାହାର କରିବାକୁ ଦାବି ଦୋହରାଇଛନ୍ତି। ଏହା ସହ ସେ ମାର୍ଚ୍ଚ ୧୫ରେ ଭାରତକୁ ଅଲଟିମେଟମ୍ ଦେଇଛନ୍ତି । ଏହା ପୂର୍ବରୁ ମାଳଦ୍ୱୀପ ଦୁଇ ମାସ ତଳେ ଭାରତୀୟ ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରିଥିଲା। ସରକାରୀ ତଥ୍ୟ ଅନୁଯାୟୀ ମାଳଦ୍ୱୀପରେ ୮୮ଜଣ ଭାରତୀୟ ସୈନ୍ୟ ରହିଛି । ମୁଖ୍ୟତଃ ମାଳଦ୍ବୀପକୁ ଭାରତ ପକ୍ଷରୁ ଦିଆଯାଇଥିବା ହେଲିକପ୍ଟର, ବିମାନ ଓ ବୋଟର ପରିଚାଳନା ପାଇଁ ସେମାନେ ଅଛନ୍ତି ।

    ଏହି ପ୍ରସଙ୍ଗରେ ରବିବାର ମାଳଦ୍ବୀପ ବୈଦେଶିକ ମନ୍ତ୍ରାଳୟର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ସେଥିରେ ଭାରତର ଉଚ୍ଚାୟୁକ୍ତ ବି ଯୋଗ ଦେଇଥିଲେ । ସେହି ବୈଠକରେ ମାଳଦ୍ବୀପ ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଭାରତକୁ ଔପଚାରିକ ଭାବେ ସୂଚୀତ କରାଯାଇଥିଲା । ନିକଟରେ ଚୀନ୍ ଗସ୍ତରୁ ସ୍ୱଦେଶ ଫେରିଥିବା ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଏବେ ଭାରତକୁ ନେଇ ଲଗାତାର ତୀବ୍ର ବୟାନ ଦେଉଛନ୍ତି। ଶନିବାର (ଜାନୁଆରୀ ୧୩) ମୁଇଜୁ ସାମ୍ବାଦିକ ସମ୍ମିଳନୀରେ ଭାରତର ନାମ ନନେଇ ପରୋକ୍ଷରେ ଭାରତକୁ ଟାର୍ଗେଟ କରିଥିଲେ। “ଆମେ ଛୋଟ ହୋଇଥାଉ କିନ୍ତୁ ଏହା ସେମାନଙ୍କୁ ଆମକୁ ଧମକ ଦେବା ପାଇଁ ଲାଇସେନ୍ସ ଦିଏ ନାହିଁ । ସେହିପରି ଚଳିତ ମାସ ଆରମ୍ଭରେ ମାଳଦ୍ବୀପର ୩  ଜଣ ମନ୍ତ୍ରୀ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିଲେ । ଏହାକୁ ନେଇ ବଡ଼ ବିବାଦ ଦେଖାଯିବା ପରେ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ