Sunday, October 11, 2026
23.6 C
Odisha

    ୩୨ବର୍ଷ ପୂର୍ବେ ଆଜିର ଦିନରେ ଅଯୋଧ୍ୟା ଯାଇ ଫଟୋଗ୍ରାଫରଙ୍କ ସାମ୍ନାରେ ଏଭଳି ପ୍ରତିଜ୍ଞା କରି ଆସିଥିଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଯୋଧ୍ୟାରେ ‌ନିର୍ମିତ ହୋଇଥିବା ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି କ୍ରମରେ ମୋଦୀ ଅର୍କାଇବ ନାମର ଟୁଇଟର ହ୍ୟାଣ୍ଡେଲରେ ୩୨ବର୍ଷ ପୂ‌ର୍ବେ ଆଜିର ଦିନର କିଛି ଫଟୋ ସେୟାର କରାଯାଇଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ଅଧ୍ୟକ୍ଷ ମୁରଲୀ ମନୋହର ଯୋଶୀଙ୍କ ସହିତ ଅଯୋଧ୍ୟାରେ ପୂଜାପାଠ କରୁଥିବା ଦେଖିବାକୁ ମିଳୁଛି। ମୋଦୀ ୩୨ବର୍ଷ ପୂର୍ବେ ଅର୍ଥାତ ୧୯୯୨ ମସିହା ଜାନୁଆରି ୧୫ ତାରିଖରେ ଗୁଜରାଟ ଭାଜପାର ପୂର୍ବତନ ଆରଏସଏସ ପ୍ରଚାରକ ତଥା ସାଧାରଣ ସମ୍ପାଦକ ମୁରଲୀ ମନୋହର ଯୋଶୀ ମୁରଲୀ ମନୋହର ଜୋସିଙ୍କ ସହିତ ଅଯୋଧ୍ୟାସ୍ଥିତ ରାମନ୍ଦିରକୁ ଯାଇ ପହଞ୍ଚିଥି‌ଲେ। ଏହି ସମୟରେ ସେ କନ୍ୟା କୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଏକତାର ବାର୍ତ୍ତା ଜାଗୃତ କରିବା ପାଇଁ ଏକତା ଯାତ୍ରାରେ ସାମିଲ ହୋଇଥିଲେ।

    ଏହି ଫଟୋକୁ ସେୟ‌ାର କରାଯିବା ସହିତ ଏହା ବି ଦାବି କରାଯାଇଛି କି, ମୋଦୀ ସେ ସମୟରେ ଜୟ ଶ୍ରୀ ରାମ ସ୍ଲୋଗାନ ସହିତ ପ୍ରତିଜ୍ଞା ନେଇଥିଲେ କି ରାମ ମନ୍ଦିର ନିର୍ମିତ ହେଲେ ଯାଇ ପୁଣି ସେ ଅଯୋଧ୍ୟା ଆସିବେ। ଏହି ଫଟୋ ସହିତ ଲେଖାହୋଇଛି, ‘ଶେଷରେ ମୋଦୀ ସରକ‌ାରଙ୍କ ତପସ୍ୟ‌ା ଫଳପ୍ରଦ ହୋଇଛି।’

    ଫଟୋଗ୍ରାଫର ମହେନ୍ଦ୍ର ତ୍ରିପାଠୀ କହିଛନ୍ତି, ‘୧୯୯୨ ମସିହାରେ ନରେନ୍ଦ୍ର ମୋଦୀ ମୁରଲି ମନୋହର ଯୋଶୀଙ୍କ ସହିତ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଆସିଥିଲେ।  ସେ ସମୟରେ ମୁଁ ମୋଦୀଙ୍କୁ ଚିହ୍ନି ନଥିଲି। ତେଣୁ ଜୋସି ଆଜ୍ଞାଙ୍କୁ ପଚାରିଥିଲି ଆପଣଙ୍କ ସହିତ ରହିଥିବା ବ୍ୟକ୍ତି ଜଣକ କିଏ। ଏହାର ଉତ୍ତରରେ ଜୋସି କହିଥିଲେ ଗୁଜୁରାଟରେ ମୋଦୀ ଆମର ପାର୍ଟି ପାଇଁ କାମ କରନ୍ତି। ଏହାପରେ ମୁଁ ମୋଦୀଙ୍କୁ ପଚାରିଥିଲି ଅଯୋଧ୍ୟା ପୁଣି କେବେ ଆସିବେ। ସେ କହିଥିଲେ ଯେବେ ଶ୍ରୀରାମ ମନ୍ଦିର ନିର୍ମାଣ ହେବ ସେବେ ଆସିବି।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ