Saturday, September 26, 2026
23.6 C
Odisha

    ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ରୁଚିହୀନ ମନ୍ତବ୍ୟକୁ ନିନ୍ଦା କଲେ ମାଳଦ୍ବୀପର ପୂର୍ବତନ ରାଷ୍ଟ୍ରପତି ନଶୀଦ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ମାଳଦ୍ବୀପର ମନ୍ତ୍ରୀମାନେ ଦେଇଥିବା ରୁଚିହୀନ ମନ୍ତବ୍ୟକୁ ଆଜି ସେ ଦେଶର ପୂର୍ବତନ ରାଷ୍ଟ୍ରପତି ନିନ୍ଦା କରିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ଲକ୍ଷାଦ୍ବୀପ ଗସ୍ତ ପରେ ମାଳଦ୍ବୀପର ମନ୍ତ୍ରୀମାନେ ତାଙ୍କୁ ବିଦ୍ରୂପ କରିବାରୁ ବିବାଦର ସୂତ୍ରପାତ ହୋଇଛି। ସେ କହିଛନ୍ତି, ଆମର ଏଇ ଦ୍ବୀପପୁଞ୍ଜ ଦେଶର ସୁରକ୍ଷା ଓ ସମୃଦ୍ଧି ନିମ‌ନ୍ତେ ଭାରତ ଆମର ପ୍ରମୁଖ ମିତ୍ର ହୋଇଥିବାରୁ ମନ୍ତ୍ରୀ ମରିୟାମ୍‌ ଶିୟୁନା ବ୍ୟବହାର କରିଥିବା କରିଥିବା ଭାଷା ଅତି କଦର୍ଯ୍ୟ।

    ‘ଏକ୍ସ୍‌’ କରି ସେ ଲେଖିଛନ୍ତି, ମାଳଦ୍ବୀପର ସୁରକ୍ଷା ଓ ସମୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ପ୍ରମୁଖର ଦେଶର ନେତାଙ୍କ ପ୍ରତି ମାଳଦ୍ବୀପର ସରକାରୀ ଅଧିକାରୀ କି କଦର୍ଯ୍ୟ ଭାଷା କହିଲେ। ମହମ୍ମଦ୍‌ ମୁଇଜୁ ସରକାର ଏସବୁ ବିବୃତିଠାରୁ ଦୂରେଇ ରହିବା ସହିତ ଭାରକୁ ନିର୍ଭର ପ୍ରତିଶ୍ରୁତି ଦେବା କଥା ଯେ, ଏଭଳି ମନ୍ତବ୍ୟ ଦେଶର ସରକାରଙ୍କର ନୁହେଁ। ମାଳଦ୍ବୀପର ଯୁବ ସଶକ୍ତିକରଣ ଉପମନ୍ତ୍ରୀ ମରିୟାମ୍‌ ଶିନୁଆ ‘ଏକ୍ସ’ ପୋଷ୍ଟ୍‌ରେ ‌ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଜୋକର୍‌’ ଓ ‘ଖେଳନା’ ବୋଲି କହିଥିଲେ। ସମ୍ପ୍ରତି ଉକ୍ତ ପୋଷ୍ଟ୍‌ ଡିଲିଟ୍‌ କରିଦିଆଯାଇଛି। କିନ୍ତୁ, ଏହା ପୂର୍ବରୁ ଉକ୍ତ ପୋଷ୍ଟ୍‌କୁ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ତୀବ୍ର ସମାଲୋଚନା କରିଥିଲେ। ଶିୟୁନାଙ୍କ ଛଡ଼ା, ମାଳଦ୍ବୀପର ଅନ୍ୟତମ ମନ୍ତ୍ରୀ ଜାହିଦ ରମୀଜ୍‌ ଓ କେତେକ ସରକାରୀ ଅଧିକାରୀମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ଲକ୍ଷାଦ୍ବୀପ ଗସ୍ତକୁ ବିଦ୍ରୂପ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷାଦ୍ବୀପ ଗସ୍ତକାଳୀନ ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରାଯିବା ପରେ ଅନେକେ ଏହାକୁ ମାଳଦ୍ବୀପ ସହିତ ତୁଳନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    94 %
    1.4kmh
    11 %
    Sat
    23 °
    Sun
    29 °
    Mon
    30 °
    Tue
    30 °
    Wed
    29 °

    ସମ୍ବନ୍ଧିତ