Monday, May 6, 2024
26.9 C
Odisha

    ଶ୍ରୀରାମଙ୍କ ଦୁଇ ମୁସଲିମ ଭକ୍ତ : ବାରଣାସୀର ନଜନିନ୍ ଓ ନଜମା ଅଯୋଧ୍ୟାରୁ ରାମଜ୍ୟୋତି ନେଇ ପହଞ୍ଚାଇବେ ଏକତା, ଭାଇଚାରାର ବାର୍ତ୍ତା

    ଆଗକୁ ପଢନ୍ତୁ

    ଜାନୁଆରୀ ୨୨ରେ ଭଗବାନ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହାପୂର୍ବରୁ ଦୁଇ ଜଣ ମୁସଲମାନ ମହିଳା ନଜନିନ୍ ଅନସାରୀ ଓ ନଜମା ପରଭିନ୍ ଗେରୁଆ ପୋଷାକ ପିନ୍ଧି ପତାକା ଧରି ଅଯୋଧ୍ୟାରୁ ‘ରାମଜ୍ୟୋତି’ ଆଣିବାକୁ ଆସିଛନ୍ତି । ଗତକାଲିଠୁ ସେମାନେ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । କାଶୀର ପାତାଳପୁରୀ ମଠର ମହନ୍ତ ବାଲକ ଦାସ ଏବଂ ଦୋମରାଜ ଓମ୍ ଚୌଧୁରୀ ଏହି ଦୁଇ ମୁସଲିମ ଭକ୍ତଙ୍କୁ ପତାକା ଦେଇ ତାଙ୍କ ଯାତ୍ରାର ଶୁଭାରମ୍ଭ କରିିଥିଲେ । ଆଜି ଅଯୋଧ୍ୟାରେ ମହନ୍ତ ଶମ୍ଭୁ ଦେବଚାର୍ଯ୍ୟଙ୍କଠାରୁ ରାମଜ୍ୟୋତି ଗ୍ରହଣ କରି କାଶୀ ଫେରିବାର ସୂଚନା ରହିଛି । ଏଥିସହ ଅଯୋଧ୍ୟାର ସରୟୁ ନଦୀର ପବିତ୍ର ପାଣି ଏବଂ ଅଯୋଧ୍ୟା ମାଟିକୁ ଦୁଇ ଜଣ ସାଙ୍ଗରେ କାଶୀକୁ ଆଣିବେ । ପ୍ରାଣ ପ୍ରତିଷ୍ଠାର ପୂର୍ବଦିନ ଅର୍ଥାତ ଜାନୁଆରୀ ୨୧ ତାରିଖରୁ ଏମାନେ ରାମଜ୍ୟୋତି ବଂଟିବେ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଥିଲେ ଯେ ଜାନୁଆରୀ ୨୨ରେ ଅଯୋଧ୍ୟା ନଆସି ପ୍ରତି ଘରେ ଦୀପାବଳି ପାଳନ କରାଯାଉ । ତେଣୁ ରାମଜ୍ୟୋତି ଏବଂ ସରୟୁ ନଦୀର ପାଣିକୁ ବିଭିନ୍ନ ସ୍ଥାନରେ ବାଣ୍ଟିିିବାକୁ ଏହି ଦୁଇ ଜଣ ନିଷ୍ପତ୍ତି ନେଇଛନ୍ତି ।

    ନଜନିନ୍ ଅନସାରୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପାଠ ପଢିଛନ୍ତି । ସେ ରାମଚରିତ ମାନସ ଏବଂ ହନୁମାନ ଚାଳିସାକୁ ଉର୍ଦ୍ଦୁରେ ଅନୁବାଦ କରିଛନ୍ତି । ସୌହାର୍ଦ୍ଦ୍ୟ ଓ ଶାନ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ତାଙ୍କର ଶିକ୍ଷକ ହେଉଛନ୍ତି ପାତାଳପୁରୀ ମଠର ମହନ୍ତ ବାଲକ ଦାସ । ଯିଏକି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସେହିପରି ଅନ୍ୟ ଜଣେ ହେଉଛନ୍ତି, ନଜମା ପରଭିନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିଏଚୟୁରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି । ଗତ ୧୭ ବର୍ଷ ଧରି ସେ ରାମ ଭକ୍ତିରେ ନିଜକୁ ଉତ୍ସର୍ଗୀ କରିଛନ୍ତି । ବାରାଣସୀରେ ଥିବା ହିନ୍ଦୁ-ମୁସଲମାନ ଡାଏଲଗ ସେଣ୍ଟର ଜରିଆରେ ସେ ସାରା ଦେଶରେ ମୁସଲମାନ ଓ ହିନ୍ଦୁଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଏହି ଦୁଇ ମହିଳା ତିନି ତଲାକ୍ ବିରୋଧରେ ନିଜର ମତାମତ ରଖି ଚର୍ଚ୍ଚାକୁ ଆସିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.9 ° C
    26.9 °
    26.9 °
    67 %
    3.3kmh
    13 %
    Mon
    27 °
    Tue
    36 °
    Wed
    41 °
    Thu
    41 °
    Fri
    40 °

    ସମ୍ବନ୍ଧିତ